Advertisment

ଜେଲରେ କେଜ୍ରିଓ୍ୱାଲ ଅସୁସ୍ଥ, କମିଗଲାଣି ଓଜନ

ଗିରଫ ହେବା ପରଠାରୁ ୧୨ ଦିନ ଭିତରେ କେଜ୍ରିଓ୍ୱାଲଙ୍କ ଓଜନ ୪ ରୁ ୫ କିଲୋ ହ୍ରାସ ପାଇଥିବା ଆପ୍‌ ପକ୍ଷରୁ ଦାବି ହୋଇଛି।

author-image
Madhupriya Mistry
Arvind Kejriwal

Arvind Kejriwal

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଅସୁସ୍ଥ। ଗିରଫ ହେବାର ୧୨ ଦିନ ମଧ୍ୟରେ ତାଙ୍କର ଓଜନ ସାଢ଼େ ୪ କିଲୋ କମିଗଲାଣି। ଏନେଇ ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀ ଦାବି କରିଛନ୍ତି।

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଆପ୍‌ ମନ୍ତ୍ରୀ ଆତିଶୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।

ସେ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ମଧୁମେହ ରୋଗୀ। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ୨୪ ଘଣ୍ଟା ଦେଶ ସେବାରେ ନିୟୋଜିତ ଥିଲେ। ଗିରଫ ହେବା ପରଠାରୁ ୧୨ ଦିନ ଭିତରେ କେଜ୍ରିଓ୍ୱାଲଙ୍କ ଓଜନ ୪ ରୁ ୫ କିଲୋ ହ୍ରାସ ପାଇଛି। ଏହା ବେଶ୍‌ ଚିନ୍ତାଜନକ। ବଜେପି ତାଙ୍କୁ ଜେଲରେ ରଖି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି।

Advertisment

ସେପଟେ କିନ୍ତୁ ତିହାର ଜେଲ ଅଧିକାରୀ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି। କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସେ କହିଛନ୍ତି। ଜେଲର ଡାକ୍ତରମାନେ ମଧ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି।

ତିହାର ଜେଲ ସୂତ୍ର ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ପହଞ୍ଚିବା ପରେ ତାଙ୍କ ଓଜନ ପ୍ରାୟ ୫୫ କିଲୋଗ୍ରାମ ଥିଲା ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କ ଓଜନ ସେତିକି ହିଁ ରହିଛି। ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ଅଛି। ତାଙ୍କ ସୁଗାର ଲେବୁଲ ମଧ୍ୟ ନର୍ମାଲ ରହିଛି। ସେ ଆଜି ବି ସକାଳୁ ଉଠି ଯୋଗ କଲେ। ସେ ତାଙ୍କ ବ୍ୟାରେକରେ ଚଲାବୁଲା ମଧ୍ୟ କଲେ।

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ସ୍ୱତନ୍ତ୍ର ବିଚାରପତି ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ଏହା ପରେ, କେଜ୍ରିୱାଲ ଏପ୍ରିଲ ୧ରେ କୋର୍ଟରେ ହାଜର ହେବା ପରେ ତାଙ୍କୁ ୧୫ ଦିନ ପାଇଁ ଜେଲ ପଠାଇ ଦିଆଯାଇଛି। 

Bjp Delhi Arvind Kejriwal AAP Delhi Liquor Policy Case