ଆଜି ଜେଲ୍ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ ତିହାର ଯାଇ ସରେଣ୍ଡର କରିବେ। ତେବେ ଜେଲ୍ ଯିବା ପୂର୍ବରୁ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଭାବୁକ ହୋଇପଡିଛନ୍ତି। ସେ ସୋଶାଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଛନ୍ତି।
ଆଜି ଅପରାହ୍ଣ ୩ଟାରେ ସେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ପୋଷ୍ଟରେ କହିଛନ୍ତି। ସେ କହିଛନ୍ତି, 'ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନରେ ବାହାରକୁ ଆସିଥିଲି। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ତିହାରକୁ ଯାଇ ଆତ୍ମସମର୍ପଣ କରିବି। ମୁଁ ଅପରାହ୍ନ ୩ ଟାରେ ଘରୁ ବାହାରିଯିବି।'
ସେ ଆହୁରି କହିଛନ୍ତି, 'ପ୍ରଥମେ ମୁଁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି। ସେଠାରୁ ମୁଁ ହନୁମାନ ଜୀଙ୍କର ଆଶୀର୍ବାଦ ନେବା ପାଇଁ କନଟ୍ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯିବି। ସେଠାରୁ ମୁଁ ପାର୍ଟି କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମୀ ଏବଂ ଦଳର ନେତାଙ୍କୁ ଭେଟିବି। ଏହାପରେ ମୁଁ ତିହାର ଜେଲ ଅଭିମୁଖେ ବାହାରିବି। ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତି। ଜେଲରେ ମୁଁ ଆପଣ ସମସ୍ତଙ୍କ ବିଷୟରେ ଚିନ୍ତିତ ହେବି। ଯଦି ତୁମେ ଖୁସିରେ ରହିବ ତେବେ ତୁମର କେଜ୍ରିୱାଲ ମଧ୍ୟ ଜେଲରେ ଖୁସି ହେବ।'
माननीय सुप्रीम कोर्ट के आदेश पर मैं 21 दिन चुनाव प्रचार के लिए बाहर आया। माननीय सुप्रीम कोर्ट का बहुत बहुत आभार।
— Arvind Kejriwal (@ArvindKejriwal) June 2, 2024
आज तिहाड़ जाकर सरेंडर करूँगा। दोपहर 3 बजे घर से निकलूँगा। पहले राजघाट जाकर महात्मा गांधी जी को श्रद्धांजलि दूँगा। वहाँ से हनुमान जी का आशीर्वाद लेने कनॉट प्लेस स्थित…
କହିରଖୁ ଯେ, ଲୋକସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ଶନିବାର ଶେଷ ହୋଇଥିବା ପ୍ରଚାର ପାଇଁ ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କିଛି ଗୁରୁତର ଅସୁସ୍ଥତା କାରଣ ଦର୍ଶାଇ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କୁ ଅପିଲ କରିଥିଲେ। କିନ୍ତୁ ଇଡିର ବିରୋଧ ପରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ। ଏହାପରେ ସେ ନିମ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ରାଉଜ ଆଭେନ୍ୟୁ କୋର୍ଟରେ ସେ ଜାମିନ ଆବେଦନ କରିଥଇଲେ। ଏହି ଆବେଦନର ଶୁଣାଣି ଆସନ୍ତା ୫ ତାରିଖରେ ହେବ।
ଆତ୍ମସମର୍ପଣର ଗୋଟିଏ ଦିନ ପୂର୍ବରୁ କେଜ୍ରିଓ୍ଵାଲ ଶନିବାର ତାଙ୍କ ବାସଭବନରେ ଆପର ରାଜନୈତିକ ବ୍ୟାପାର କମିଟିର ବୈଠକ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ‘ଭାରତ’ ମେଣ୍ଟର ଏକ ବୈଠକରେ ଯୋଗ ଦେଇଥିଲେ। ଯେଉଁଥିରେ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ, ରାଜ୍ୟସଭା ସଦସ୍ୟ ରାଘବ ଚଡ୍ଡା, ସଞ୍ଜୟ ସିଂହ ଏବଂ ବିଧାୟକ ଦୁର୍ଗେଶ ପାଠକଙ୍କ ସମେତ ଆପର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।