Advertisment

ଆପ୍‌ର ଷ୍ଟାର୍‌ ପ୍ରଚାରକ ତାଲିକାରେ କେଜ୍ରିଓ୍ୱାଲଙ୍କ ପତ୍ନୀ

ଏହି ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନାଁ ଅଛି। ସେହିପରି ଜେଲ୍‌ରେ ବନ୍ଦୀ ଥିବା ଆପ୍‌ର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁକୁ ମଧ୍ୟ ଏହି ଷ୍ଟାର୍‌ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି।

Sunita Kejriwal

Sunita Kejriwal

Advertisment

ଏଥର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ। ଲୋକସଭା ନିର୍ବାଚନ ପାଇଁ ସେ କରିବେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର। ଆମ ଆଦମୀ ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ସୁନୀତା କେଜ୍ରିଓ୍ୱାଲ। ପ୍ରଥମ ଥର ପାଇଁ ଷ୍ଟାର୍‌ ପ୍ରଚାରକ ଭାବେ ଗୁଜରାଟରେ ସେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Advertisment

ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ଗୁଜରାଟ ଷ୍ଟାର୍‌ ପ୍ରଚାର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ନାଁ ରହିଛି। ସୁନୀତା କେଜ୍ରିଓ୍ୱା‌ଲଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସିଂହ ନାଁ ମଧ୍ୟ ଏଥିରେ ରହିଛି।

ସବୁଠାରୁ ବଡ କଥା ହେଉଛି ଏହି ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନାଁ ଅଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲ ଏବେ ଜେଲରେ ଅଛନ୍ତି। ସେହିପରି ଜେଲ୍‌ରେ ବନ୍ଦୀ ଥିବା ଆପ୍‌ ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁକୁ ମଧ୍ୟ ଏହି ଷ୍ଟାର୍‌ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି। ସେ ମଧ୍ୟ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ଟଙ୍କା ହେରଫେର ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ସେହିପରି ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ଅଛି।

Advertisment

ଗୁଜରାଟର ୨୬ଟି ଲୋକସଭା ଆସନ ମଧ୍ୟରୁ ଆମ୍‌ ଆଦମୀ ପାର୍ଟି ଦୁଇଟି ଆସନରେ ନିର୍ବାଚନ ଲଢ଼ୁଛି। ଭରୁଚ ଆସନରୁ ଚୈତର ବସାଓ୍ୱା ଓ ଭାବନଗରରୁ ଭମେଶ ମକଲାନାଙ୍କୁ ଆପ୍‌ ପ୍ରାର୍ଥୀ କରିଛି। ଆସନ୍ତା ମେ' ୭ ତାରିଖରେ ଗୁରାଜଟରେ ଭୋଟ୍‌ ପଡିବ। କଂଗ୍ରେସ ସହ ମେଣ୍ଟ କରି ଆପ୍‌ ଏଠାରେ ନିର୍ବାଚନ ଲଢ଼ୁଛି।

Arvind Kejriwal AAP Loksabha Election 2024 Sunita Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe