Advertisment

କିଭଳି RAU'S IAS କୋଚିଂ ସେଣ୍ଟର୍‌ରେ ପଶିଥିଲା ପାଣି? ସାମ୍ନାକୁ ଆସିଲା ଭିଡିଓ

ଭିଡିଓରେ ପ୍ରବଳ ବର୍ଷା ଯୋଗୁ ରାଉସ୍‌ ଆଇଏଏସ୍ କୋଚିଂ ସେଣ୍ଟର ବାହାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ପରେ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ତିଆରି ଲାଇବ୍ରେରୀରେ ପାଣି ଭର୍ତ୍ତି ହେବାକୁ ଲାଗୁଛି।

ଅଦ୍ୟତନ ହୋଇଛି
RAU'S IAS Coaching Center

RAU'S IAS Coaching Center

Advertisment

ଦିଲ୍ଲୀ ଓଲ୍ଡ ରାଜିନ୍ଦର ନଗରରେ ଥିବା ରାଉସ୍‌ ଆଇଏଏସ୍ ଷ୍ଟଡି ସର୍କଲର ଘଟିଥିବା ଦୁର୍ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଏହି ଘଟଣାରେ ତିନି ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ବର୍ଷା ପାଣି ବେସମେଣ୍ଟରେ ଭର୍ତ୍ତି ହେତୁ ଏହି ଦୁର୍ଘଟଣା ଘଟିଛି। ତେବେ କୋଚିଂ ସେଣ୍ଟରରେ କିଭଳି ପଶିଥିଲା ବର୍ଷା ପାଣି, ତା'ର ଦୁଇଟି ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ପ୍ରବଳ ବର୍ଷା ଯୋଗୁ ରାଉସ୍‌ ଆଇଏଏସ୍ କୋଚିଂ ସେଣ୍ଟର ବାହାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ପରେ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ତିଆରି ଲାଇବ୍ରେରୀରେ ପାଣି ଭର୍ତ୍ତି ହେବାକୁ ଲାଗୁଛି। ଏଥିରୁ ବର୍ତ୍ତିବା ପାଇଁ ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ସମୟରେ ପାଣିର ପ୍ରବାହ ବଢ଼ି ଯାଉଛି। ଏହାକୁ ଦେଖି ଛାତ୍ରଛାତ୍ରୀମାନେ ଭୟଭୀତ ହେବା ସହ ଚିତ୍କାର କରୁଛନ୍ତି। ଉପର ମହଲାକୁ ଦୌଡି ଯାଉଥିବା ଦେଖିବାକୁ ମିଳିଛି।

୨୭ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ବେଳେ ବେସ୍‌ମେଣ୍ଟରେ ୩୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏଥିରେ ୨୭ ଜଣ ଜୀବନ ବଞ୍ଚାଇ ବାହାରକୁ ଚାଲି ଆସିବାରେ ସଫଳ ହୋଇଥିବା ବେଳେ ତିନି ଜଣଙ୍କ ଏଥିରେ ଫସି ମୃତ୍ୟୁ ହୋଇଛି। ସେମାନେ ହେଲେ ତାନିଆ ସୋନି (୨୫), ଶ୍ରେୟା ଯାଦବ (୨୫) ଏବଂ ନବୀନ ଡେଲଭିନ (୨୮)।

Advertisment

ଏହି ମାମଲାରେ ଅବହେଳା ହେତୁ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗରେ ଏଫ୍ଆଇଆର୍ ରୁଜୁ ହୋଇଛି। କିଛି ଛାତ୍ର କହିଛନ୍ତି ଯେ ଗୋଟିଏ ସପ୍ତାହ ପୂର୍ବରୁ ମଧ୍ୟ ବର୍ଷା ହୋଇଥିଲା, କୋଚିଂ ସେଣ୍ଟର ବାହାରେ ରାସ୍ତାରେ ଅଣ୍ଟା ଯାଏ ପାଣିରେ ଭରି ରହିଥିଲା। ଏହା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇନଥିଲା।

ସେପଟେ ଦିଲ୍ଲୀ ପୁଲିସ ଏହି ଅଞ୍ଚଳର ଡ୍ରେନେଜ ସିଷ୍ଟମକୁ ନେଇ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏମସିଡି) ର ଅଧିକାରୀମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ରବିବାର ଦିନ ଦିଲ୍ଲୀର ଏକ କୋର୍ଟ ରାଉସ୍‌ ଆଇଏଏସ୍ ଷ୍ଟଡି ସର୍କଲର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Viral Video RAU'S IAS Coaching Center Delhi Coaching Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe