Advertisment

କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଙ୍କ ମୃତ୍ୟୁ, ଜଣାପଡ଼ିଲା କାରଣ

କୋଚିଂ ସେଣ୍ଟର ସୁରକ୍ଷା ବ୍ୟବସ୍ଥାର ଉଲ୍ଲଙ୍ଘନ କରିଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
IAS coaching centre out side

IAS coaching centre out side

Advertisment

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରର ଏକ IAS କୋଚିଂ ସେଣ୍ଟରରେ ୩ ଜଣ ଛାତ୍ରଙ୍କ ମୃତ୍ୟୁକୁ ନେଇ ସବୁଠି ଚିନ୍ତାପ୍ରକଟ ପାଇଛି। ପାଠ ପଢିବା ସମୟରେ ହଠାତ୍ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯିବା ନିଶ୍ଚିତ ରୂପେ ଦୁଃଖର ବିଷୟ। ତେବେ ଏପରି ଏକ ଦୁଃଖଦ ଘଟଣା ପାଇଁ ସମ୍ପୂର୍ଣ୍ଣ ରୂପେ କୋଚିଂ ସେଣ୍ଟରକୁ ଦାୟୀ କରାଯାଇଛି।

Advertisment

କୋଚିଂ ସେଣ୍ଟର ସୁରକ୍ଷା ବ୍ୟବସ୍ଥାର ସମସ୍ତ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ, କୋଚିଂ ସେଣ୍ଟର ବେସମେଣ୍ଟରେ ନିୟମ ଉଲ୍ଲଙ୍ଘନ କରି ଲାଇବ୍ରେରୀ ଖୋଲା ଯାଇଥିଲା।

କୋଚିଂ ସେଣ୍ଟରକୁ ଚଳିତ ମାସ ଆରମ୍ଭରେ ନୋ ଅବଜେକସନ ସାର୍ଟିଫିକେଟ୍ (NOC) ମିଳିଥିଲା, ​​ଯେଉଁଥିରେ ତିନି ମହଲା ବିଶିଷ୍ଟ ଏହି ବିଲ୍ଡିଂର ତଳେ ଏକ ଷ୍ଟିଲ୍ ପାର୍କିଂ ସ୍ଥାନ ଏବଂ ଏକ ବେସମେଣ୍ଟ ପାଇଁ କ୍ଲିୟରାନ୍ସ ଦିଆଯାଇଥିଲା। ଏହି ଅଞ୍ଚଳ ଷ୍ଟୋର୍ ବା ପାର୍କିଂ ପାଇଁ ବ୍ୟବହାର ହେବା କଥା। କିନ୍ତୁ ଏଠାରେ ଲାଇବ୍ରେରୀ ଖୋଲା ଯାଇଥିଲା।  

Advertisment

ବେସମେଣ୍ଟ ମଧ୍ୟ ମାତ୍ର ୮ ଫୁଟ ତଳେ ଥିଲା। ଏହି କାରଣରୁ ହିଁ ହଠାତ୍ ବନ୍ୟା ପାଣି ମାଡ଼ିଯିବାରୁ ଛାତ୍ରଛାତ୍ରୀମାନେ ବୁଡ଼ି ଯାଇଥିଲେ।

ପ୍ରକାଶ ଥାଉକି, ଗତକାଲି ସନ୍ଧ୍ୟାରେ କୋଚିଂ ସେଣ୍ଟରରେ ବେସମେଣ୍ଟର ଥିବା ଲାଇବ୍ରେରିରେ 20 ଜଣ ଆଇଏଏସ ଆଶାୟୀ ପଢୁଥିଲେ। ଏହି ସମୟରେ ହଠାତ୍ ବନ୍ୟା ପାଣି ମାଡ଼ି ଯିବାରୁ ତିନି ଜଣ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ ମଧ୍ୟ ସେତେବଳକୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା।

ଏହାକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବା ସହ ମ୍ୟୁନିସିପାଲ କର୍ପୋରେସନକୁ ଦାୟୀ କରିଛନ୍ତି। କୋଚିଂ ସେଣ୍ଟର ମାଲିକ ଏବଂ ସଂଯୋଜକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ।  

IAS Aspirants Death IAS Coaching Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe