Advertisment

କଂଗ୍ରେସରେ କନ୍ଦଳ, କହ୍ନୈୟା କୁମାରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

କହ୍ନୈୟାଙ୍କୁ ଆଉଟ୍‌ ସାଇଡର୍‌ କହି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ତାଙ୍କ ବଦଳରେ ଜଣେ ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ କରିବାକୁ ଦାବି ହୋଇଛି।

Kanhaiya Kumar

Kanhaiya Kumar

Advertisment

ସାମ୍ନାକୁ ଆସିଲା କଂଗ୍ରେସର କନ୍ଦଳ। କହ୍ନୈୟା କୁମାରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କଲେ କର୍ମୀ। ଉତ୍ତର ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ଯୁବ ନେତା କହ୍ନେୟା କୁମାରଙ୍କୁ ନିଜ ଦଳର କର୍ମୀମାନେ ହିଁ ବିରୋଧ କରିଛନ୍ତି।

Advertisment

ଦିଲ୍ଲୀର ମୌଜପୁର ମେଟ୍ରୋ ଷ୍ଟେସନ ନିକଟରେ କହ୍ନୈୟାଙ୍କ ନାମାଙ୍କନକୁ ବିରୋଧ କରି ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜଣେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାର ଆବଶ୍ୟକତା ଅଛି। କୌଣସି ବାହାର ତଥା ଆଉଟ୍‌ ସାଇଡର୍‌ ଲୋକଙ୍କୁ ପ୍ରାର୍ଥୀ ହେବା ଉଚିତ୍ ନୁହେଁ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

ରବିବାର ସକାଳୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଥିସହି ସେ କହ୍ନୈୟାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ। ସିଧାସଳଖ ତାଙ୍କ ନାମ ନେଇନଥିଲେ ବି, ତାଙ୍କୁ ଆଉଟ୍‌ ସାଇଡର୍‌ କହି ତେରେଛା ବାଣ ମାରିଥିଲେ। ତାଙ୍କ ସ୍ଥାନରେ ଜଣେ ସ୍ଥାନୀୟ ଲୋକଙ୍କୁ ଟିକେଟ୍ ଦେବାକୁ ସେ ଦାବି କରିଥିଲେ।

Advertisment

କଂଗ୍ରେସ ସୂତ୍ର ଅନୁଯାୟୀ ଦୀପକ ବାବରିଆ ପାର୍ଟି ହାଇକମାଣ୍ଡଙ୍କ ସହ ଏନେଇ ଆଲୋଚନା କରୁଛନ୍ତି। ଡିପିସିସିରେ ହୋଇଥିବା ସଙ୍କଟ ସମ୍ପର୍କରେ ସେ ପାର୍ଟି ଲାଇନରେ ମଲିକାର୍ଜୁନ ଖଡଗେଙ୍କ ସହ ପରାମର୍ଶ କରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, କହ୍ନୈୟା କୁମାରଙ୍କୁ କଂଗ୍ରେସ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି। ନିକଟରେ କଂଗ୍ରେସ ନିଜର ନିର୍ବାଚନୀ କାର୍ଯ୍ୟାଳୟର ଉଦଘାଟନ୍ କରିଥିଲା। ଏଥିରେ କେବଳ ରାହୁଲ ଗାନ୍ଧି, କେଜ୍ରିୱାଲଙ୍କ ସହିତ କହ୍ନୈୟାଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାବାଦ୍ ଅନ୍ୟ କୌଣସି ବରିଷ୍ଠ  ନେତାଙ୍କୁ ଏହି ପୋଷ୍ଟରରେ ସ୍ଥାନ ଦିଆଯାଇ ନଥିଲା। ଯାହାକୁ ନେଇ ମଧ୍ୟ ଦଳରେ ବିବାଦ ଉପୁଜିଛି।

Kanhaiya Kumar Loksabha Election 2024 Delhi Dispute In Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe