Advertisment

ରାଜଧାନୀରେ ଫୁଟିଲା ଗୁଳି, ବିଚ୍‌ ରାସ୍ତାରେ ASIଙ୍କୁ ହତ୍ୟା

ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Madhupriya Mistry
Delhi Cop Shot Dead

Delhi Cop Shot Dead

ରାଜଧାନୀରେ ଫୁଟିଲା ଗୁଳି। ବିଚ୍‌ ରାସ୍ତାରେ ଏଏସ୍‌ଆଙ୍କ ଉପରକୁ ହେଲା ଘନ ଘନ ଗୁଳିମାଡ। ଘଟଣାସ୍ଥଳରେ ହିଁ ଟଳି ପଡିଲେ ପୁଲିସ ଏଏସ୍‌ଆଇ। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Advertisment

ମଙ୍ଗଳବାର ଦିନ ପ୍ରାୟ ୧୧ଟା ୪୫। ଦିଲ୍ଲୀର ମିତ୍‌ ନଗର ସ୍ଥିତ ଓଭରବ୍ରିଜ୍‌ରେ ହଠାତ୍‌ ହୋଇଥିଲା ଗୁଳିମାଡ। ବ୍ୟସ୍ତ ବହୁଳ ରାସ୍ତା ଉପରେ ଦିଲ୍ଲୀ ପୁଲିସରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ଦିନେଶ ଶର୍ମା ବାଇକ୍‌ରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଭିଯୁକ୍ତ ଜଣକ ସ୍କୁଟିରେ ଆସୁଥିବା ୩୦ ବର୍ଷୀୟ ଆମିତ କୁମାର ନାମକ ଜଣେ ଯୁବକଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ସେ ଗୁରୁତର ଥିବା ସୂଚନା ମିଳଛି।

ପୁଲିସ କହିବା ମୁତାବକ, ଦୁଇ ଜଣଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ୪୪ ବର୍ଷୀୟ ମୁକେଶ କୁମାର। ଗୁଳିମାଡ ପରେ ମୁକେଶ ଏକ ଅଟୋ ରିକ୍ସା ଅଟକାଇ ସେଥିରେ ଜୋର ଜବରଦସ୍ତ ବସି ଯାଇଥିଲେ। ତେବେ ଅଟୋ ଡ୍ରାଇଭର ମୁକେଶଙ୍କୁ ଏଥିପାଇଁ ବାରଣ କରିବା ପରେ ସେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। କିନ୍ତୁ ଡ୍ରାଇଭର ଜଣକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ମୁକେଶ ନିଜକୁ ନିଜେ ଗୁଳିମାଡ କରି ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

ଅଟୋ ଭିତରୁ ପୁଲିସ ୭.୬୫ ଏମଏମ୍‌ର ଏକ ବନ୍ଧୁକ ଜବତ କରିଛି। ଏଥିସହ ଓଭରବ୍ରିଜ ଉପରୁ ଅନେକ ଜୀବନ୍ତ ଗୁଳି ମଧ୍ୟ ଉଦ୍ଧାର ହୋଇଛି। ତେବେ ଅଭିଯୁକ୍ତ ମୁକେଶ କାହିଁକି ଏଭଳି ଗୁଳିମାଡ କଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ହତ୍ୟା ମାମଲା ରୁଜୁ କରି ପୂରା ଘଟଣାର ତଦନ୍ତ ଜାରି ରଖିଛି।

Delhi Police Firing Delhi Cop Shot Dead