Advertisment

କେଜ୍ରିୱାଲଙ୍କ ଘରେ ପୁଲିସ୍‌ ଓ ଫରେନ୍ସିକ ଟିମ୍‌

ଅଭିଯୋଗ କ୍ରମେ ପୁଲିସ ବୈଭବ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସ୍ୱାତୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ସମୟରେ ତାଙ୍କ ମୁହଁରେ ଆଭ୍ୟନ୍ତରୀଣ ଆଘାତ ଲାଗିଥିବା ଜଣାପଡ଼ିଛି।

Kejriwal

Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଛାନଭିନ ଆରମ୍ଭ କରିଦେଇଛି ପୁଲିସ୍‌ ଓ ଫରେନ୍ସିକ ଟିମ। ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ସୋମବାର କେଜ୍ରିୱାଲଙ୍କ ବାସଭବନରେ ତାଙ୍କ ପିଏ ବୈଭବ କୁମାର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Advertisment

ଏନେଇ ମାଲିୱାଲ ପୁଲିସ୍‌ରେ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛି। କାରଣ ସେହି ସ୍ଥାନରେ ହିଁ ପୂରା ଘଟଣା ଘଟିଥିଲା।

ପୁଲିସ୍‌ ଲିଭିଂଙ୍ଗ ରୁମରେ ଲାଗିଥିବା ସିସିଟିଭି ଫୁଟେଜକୁ ସେଠାରୁ ଆଣିବ। ସେହିପରି ଘଟଣା ବେଳେ ଉପସ୍ଥିତ ଥିବା ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କ ବୟାନ ମଧ୍ୟ ରେକର୍ଡ କରିବ। ବିଶେଷ ଆଜି ସକାଳୁ ଭାଇରାଲ ହେଉଥିବା ଭିଡିଓରେ ଥିବା ସିକ୍ୟୁରିଟି ଗାର୍ଡମାନଙ୍କ ପକ୍ଷ ପୁଲିସ୍‌ ଜାଣିବାକୁ ଚାହୁଁଛି। 

Advertisment

ସୋମବାର ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦେଖା କରିବାକୁ ଆସିଥିଲେ। ସେ ଡ୍ରଇଂ ରୁମରେ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ବୈଭବ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେ ବାରମ୍ବାର ଚାପୁଡ଼ା, ବିଧା, ଗୋଇଠା ମାରିଥିବା ସ୍ୱାତୀ ଅଭିଯୋଗ କରିଛନ୍ତି।

ଅଭିଯୋଗ କ୍ରମେ ପୁଲିସ ବୈଭବ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସ୍ୱାତୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ସମୟରେ ତାଙ୍କ ମୁହଁରେ ଆଭ୍ୟନ୍ତରୀଣ ଆଘାତ ଲାଗିଥିବା ଜଣାପଡ଼ିଛି।

ଏସବୁ ଭିତରେ ସୋଶାଲ ମିଡିଆରେ ଗୋଟିଏ ୫୨ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଘଟଣା ଦିନର ଭିଡିଓ କୁହାଯାଉଛି। ଏଥିରେ ମାଲିୱାଲ ସୋଫାରେ ବସିଥିବା ବେଳେ କେଜ୍ରିୱାଲଙ୍କ ଘରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ବୁଝାସୁଝା କରି ଚାଲି ଯିବାକୁ କହୁଛନ୍ତି। ଏଥିରେ ସ୍ୱାତୀ ମାଲିୱାଲ ସେମାନଙ୍କ ଉପରେ ଚିତ୍କାର କରିବା ସହ ଯୁକ୍ତିତର୍କ କରୁଛନ୍ତି।

ଭିଡିଓ ସାମ୍ନାକୁ ଆସିବା ପରେ ମାଲିୱାଲ ସିଧାସଳଖ ଜଣେ ରାଜନୀତିକ ହିଟମ୍ୟାନଙ୍କୁ ଟାର୍ଗେଟ କରିଛନ୍ତି। ସେ ସିଧାସଳଖ କାହା ନାଁ ନେଇ ନଥିଲେ ହେଁ ଅନେକ ରାଜନୀତିକ ହିଟମ୍ୟାନ ଜଣ ନିଜେ କେଜ୍ରିୱାଲ ବୋଲି ମତ ରଖିଛନ୍ତି।

ଭିଡିଓ ଆସିବା ପରେ ସ୍ୱାତୀ ମାଲିୱାଲ କହିଛନ୍ତି, “ପ୍ରତି ଥର ଭଳି ଏଥର ମଧ୍ୟ ସେହି ରାଜନୀତିକ ହିଟମ୍ୟାନ ଜଣଙ୍କ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ନିଜ ଲୋକଙ୍କ ଦ୍ୱାରା ଟ୍ୱିଟ କରାଇ, ଅଧା ଓ ବିନା ପ୍ରସଙ୍ଗରେ ଭିଡିଓ ଜାରି କରି ତାଙ୍କୁ ଲାଗୁଛି ଯେ ଅପରାଧ ଘଟାଇ ସେ ନିଜକୁ ବଞ୍ଚାଇ ଦେବେ।

କେହି କ’ଣ ନିଜର ମାଡ଼ ମାରିବା ବେଳର ଶୁଟିଂ କରିଥାଏ କି? ଘର ଓ ରୁମ ଭିତରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କଲେ ପ୍ରକୃତ ସତ ସାମ୍ନାକୁ ଆସିପାରିବ। ଯେତେ ତଳକୁ ଖସିବାର ଅଛି ଖସି ଯାଆନ୍ତୁ। ସବୁ କିଛି ଭଗବାନ ଦେଖୁଛନ୍ତି। ଗୋଟିଏ ଦିନ ସବୁ ସତ ସାମ୍ନାକୁ ଆସିବ।”

ଅନ୍ୟପକ୍ଷରେ ସ୍ୱାତୀ ପୁଲିସ୍‌ରେ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ କେଜ୍ରିୱାଲଙ୍କ ଘର ଭିତରେ ବୈଭବ କୁମାର ୭ରୁ ୮ ଚାପୁଡ଼ା ମାରିବା ସହ ତାଙ୍କ ଛାତିକୁ ବିଧା ଓ ଗୋଇଠା ମାରିଛନ୍ତି।

Delhi Arvind Kejriwal Swati Maliwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe