Advertisment

କେଜ୍ରିୱାଲଙ୍କ ‘ସମନ’ ବିରୋଧୀ ଆବେଦନ ଖାରଜ

ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇ ନାହାନ୍ତି। ତେଣୁ ଆସନ୍ତାକାଲି କେଜ୍ରିୱାଲଙ୍କ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Kejriwal

Kejriwal

Advertisment

ମାର୍ଚ୍ଚ ୧୬ରେ ସେସନ୍ସ କୋର୍ଟ ହାଜର ହେବା ପାଇଁ କରିଥିବା ସମନ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଖାରଜ ହୋଇଛି। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

Advertisment

ଇଡି ଜାରି କରୁଥିବା ଏକାଧିକ ସମନକୁ କେଜ୍ରିୱାଲ ଅଣଦେଖା କରି ଚାଲିଛନ୍ତି। ଏହା ବିରୋଧରେ ଇଡି ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିଥିଲା। ଏହାକୁ ବିଚାରକୁ ନେଇ ତଳ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ଅର୍ଥାତ ଆସନ୍ତାକାଲି ହାଜର ହେବାକୁ ସମନ କରିଛନ୍ତି। ଏହା ବିରୋଧରେ ସେ ରାଉଜ ଆଭିନ୍ୟୁ କୋର୍ଟରେ ଆବେଦନ କରିଥିଲେ।

ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇ ନାହାନ୍ତି। ତେଣୁ ଆସନ୍ତାକାଲି କେଜ୍ରିୱାଲଙ୍କ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡ଼ିବ। କୋର୍ଟ କହିଛନ୍ତି, ଯଦି ସେ(କେଜ୍ରିୱାଲ) ବ୍ୟକ୍ତିଗତ ହାଜର ହେବାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତା’ହେଲେ ଯେଉଁ କୋର୍ଟ ଏପରି ସମନ କରିଛନ୍ତି ସେଠାରେ ଏନେଇ ଆବେଦନ କରିପାରିବେ।

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପଚରା ଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ ପଠାଇ ଚାଲିଛି। କ୍ରମାଗତ ଭାବେ ଆଠ ଥର ସମନ ପଠାଇବା ପରେ ମଧ୍ୟ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହା ବିରୋଧରେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା।

କେଜ୍ରିୱାଲ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଅଭିଯୋଗ କରିଥିଲା ଇଡି। ଏ ଉପରେ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ବିଚାର କରି ମାର୍ଚ୍ଚ ୧୬ରେ ବ୍ୟକ୍ତିଗତ ଭାବେ ହାଜର କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେଜ୍ରିୱାଲ କୋର୍ଟଙ୍କ ନିର୍ଦ୍ଦେଶକୁ ସେସନ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Arvind Kejriwal ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe