Advertisment

କେଜ୍ରିଓ୍ୱାଲ ହାଜିର ହୋ…ଏଥର ଡାକିଲେ କୋର୍ଟ

ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ କୁହାଯାଇଛି।

ଅଦ୍ୟତନ ହୋଇଛି
Delhi Court Summon Kejriwal

Delhi Court Summon Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ। ହେଲେ ଏଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୁହେଁ ଡାକିଲେ କୋର୍ଟ। ଇଡିର ଅଭିଯୋଗ ପରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସମନ ଜାରି କରିଛନ୍ତି। ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ନୂଆ ଅବକାରୀ ନୀତି ସହ ଜଡିତ ତଥାକଥିତ ଟଙ୍କା ହେରଫେର ଅଭିଯୋଗରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ୱାଲଙ୍କୁ ୫ ଥର ସମନ କରିଥିଲା। ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ଡକା ଯାଇଥିଲା। ତେବେ ଇଡି ସମନର ଥରଟିଏ ବି ଉତ୍ତର ଦେଇନଥିଲେ ଏହି ଆମ୍‌ ଆଦ୍‌ମୀ ପାର୍ଟି ନେତା। ୫ ଥର ସମନ ପଠାଇବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାର ଶୁଣାଣି କରି ଆଜି କୋର୍ଟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛନ୍ତି।

କୋର୍ଟରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜାରି ହୋଇଥିବା ନୋଟିସକୁ ନେଇ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋର୍ଟଙ୍କ ନିର୍ଦ୍ଦେଶର ଅଧ୍ୟୟନ ଚାଲିଛି। ଆଇନ ମୁତାବକ ପଦକ୍ଷେପ ଗ୍ରହଣ କରିବକୁ। ଇଡି କିଭଳି ବେଆଇନ ରୂପେ ସମନ କରୁଛି ତାହା କୋର୍ଟଙ୍କୁ ଜଣାଇବୁ ବୋଲି ଦଳ କହିଛି।

Advertisment

କହିରଖୁ ଯେ, ଇଡି ସମନ ପଠାଇବା ପୂର୍ବରୁ ସିବିଆଇ ୧୬ ଏପ୍ରିଲ ୨୦୨୩ରେ କେଜ୍ରିୱାଲଙ୍କୁ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା। ସେହି ସମୟରେ ତାଙ୍କୁ ସିବିଆଇ ୫୪ଟି ପ୍ରଶ୍ନ ପଚାରିଥିଲା। 

ଦିଲ୍ଲୀ ସରକାରଙ୍କ ୨୦୨୧-୨୨ର ଅବକାରୀ ନୀତିରେ କିଛି ମଦ ବେପାରୀଙ୍କୁ ଲାଇସେନ୍ସ ଦେବା ପାଇଁ କେତେକ ବ୍ୟବସାୟୀ ଲାଭ ଉଠାଇଥିଲେ।ଏଥିପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଆମ୍ ଆଦମୀ ପାର୍ଟି କିନ୍ତୁ ଏହି  ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛି।

ED Raid Arvind Kejriwal Delhi Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe