Advertisment

ପରକୀୟା ପ୍ରୀତିର ଭୟଙ୍କର ରୂପ; ପତ୍ନୀଙ୍କ ପ୍ରେମିକକୁ ପିଟି ପିଟି ମାରିଦେଲେ

ପରକିୟା ପ୍ରୀତିରେ ମାତିଥିଲେ ପତ୍ନୀ। ସ୍ୱାମୀଙ୍କ ପିଠି ପଛପଟେ ପ୍ରେମିକ ସହ ଚଳାଇଥିଲେ ରାସଲୀଳା। ମାତ୍ର ସ୍ୱାମୀଙ୍କ ହାବୁଡ଼ରେ ପଡ଼ିବା ପରେ ଘଟିଲା ଭୟଙ୍କର କାଣ୍ଡ।

author-image
Niharika Rout
ଅଦ୍ୟତନ ହୋଇଛି
Love Affair

Love Affair

ପରକୀୟା ପ୍ରୀତିରେ ମାତିଥିଲେ ପତ୍ନୀ। ସ୍ୱାମୀଙ୍କ ପିଠି ପଛପଟେ ପ୍ରେମିକ ସହ ଚଳାଇଥିଲେ ରାସଲୀଳା। ମାତ୍ର ସ୍ୱାମୀଙ୍କ ହାବୁଡ଼ରେ ପଡ଼ିବା ପରେ ଘଟିଲା ଭୟଙ୍କର କାଣ୍ଡ। ଉଭୟ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ସେ ନିର୍ଧୂମ ପିଟିବା ସହ ଦେଇଥିଲେ ଭୟଙ୍କର ନିର୍ଯାତନା। ଏଥିରେ ଗୁରୁତର ପ୍ରେମିକଜଣକ ମେଡିକାଲରେ ଛଟପଟ ହୋଇ ଆଖିବୁଜିଥିବା ଜଣାଯାଇଛି। ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଘଟିଛି। ମୃତକ ଋତିକ ବର୍ମା ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ସୋମବାର ସକାଳେ ଅଭିଯୁକ୍ତଜଣକ ନିଜ ଘରେ ନ ଥିବା ବେଳେ ଋତିକ ସେଠାକୁ ଯାଇଥିଲେ। ସେ ତାଙ୍କ ପତ୍ନୀଙ୍କ ସହ ପ୍ରେମରେ ମାତି ଯାଇଥିଲେ। ଉକ୍ତ ସମୟରେ ଅଭିଯୁକ୍ତଜଣକ ଘରେ ପହଞ୍ଚି ନିଜ ପତ୍ନୀ ଓ ରିତିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ।

ଏହାପରେ ସେ ନିଜ ହିତାହିତ ଜ୍ଞାନ ଭୁଲି ଉଭୟଙ୍କୁ ନିର୍ଧୂମ ପିଟିଥିଲେ । ଏତିକିରେ ମନ ଶାନ୍ତ ନ ହେବାରୁ ଅଭିଯୁକ୍ତଜଣକ ଋତିକଙ୍କ ଆଙ୍ଗୁଠିରୁ ନଖ ଉପାଡ଼ି ଦେଇଥିବା ବେଳେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ।

Advertisment

ଖବର ପାଇ ଋତିକଙ୍କ ପରିବାର ଲୋକେ ପହଞ୍ଚି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଅଭିଯୁକ୍ତଙ୍କୁ ବାନ୍ଧିଛି।

Murder Delhi Love Betrayal