Gold bar
ଆଜି ଦିଲ୍ଲୀସ୍ଥିତି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୨ ଶୌଚାଳୟ ଭିତରୁ ୪ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। କଷ୍ଟମ୍ ଅଧିକାରୀମାନେ ଏହି ସୁନା ବିସ୍କୁଟ୍ ଜବତ କରିଛନ୍ତି। ଏହାକୁ ଜବତ ପରେ ସିଲ କରାଯାଇଛି। ଅନ୍ତର୍ଜାତିକ ଉଡ଼ାଣ ପାଇଁ ବ୍ୟବହାର କରାଯାଉଥିବା ଗୋଟାଏ ବିମାନକୁ ଅଚାନକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ କଷ୍ଟମ୍ ଅଧିକାରୀମାନେ ୱାସ୍ରୁମ୍ରେ ଲାଗିଥିବା ‘ସିଙ୍କ୍’ ତଳେ ଅଠାପଟିରେ ଲଗାଯାଇଥିବା ଗୋଟାଏ ଧୂସର ପାଉଚ୍ ପାଇଥିଲେ। ସେଥିରୁ ପ୍ରାୟ ୩୯୬୯ ଗ୍ରାମ୍ ଓଜନର ୪ଟି ଆୟତାକାର ସୁନା ବିସ୍କୁଟ୍ ଉଦ୍ଧାର କରାଯାଇଛି।
ଏହି ସୁନା ବିସ୍କୁଟ୍ ଚାରିଟିର ଆନୁମାନିକ ମୂଲ୍ୟ ୧,୯୫,୭୨,୪୦୦ ଟଙ୍କା ହେବ ବୋଲି କୁହାଯାଇଛି। ପୂର୍ବରୁ ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ପ୍ରାୟ ସାଢେ ୩୩ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଉତ୍ତର-ପୂର୍ବ ଦେଶରୁ ମୁମ୍ବାଇ-ପାଟନା-ଦିଲ୍ଲୀକୁ ପ୍ରାୟ ୬୫.୪୬ କିଲୋଗ୍ରାମ ସୁନା ସାମଗ୍ରୀ ଚୋରା ଚାଲାଣ କରାଯାଝଥିଲା।
ମିଜୋରାମ ଜରିଆରେ ବହୁ ପରିମାଣରେ ସୁନା ଚୋରା ଚାଲାଣ କରି ଭାରତ ଆସିବାକୁ ଯାଉଛି ବୋଲି ଡିଆରଆଇ ସୂଚନା ପାଇଥିଲା। ଯାହା ପରେ ଅପରେଶନ ‘ଗୋଲ୍ଡ ରଶ’ ଆରମ୍ଭ ହୋଇଥିଲା
ସର୍ବପ୍ରଥମେ, ମହାରାଷ୍ଟ୍ରର ଭୱାଣ୍ଡିରେ ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ୧୨୦ ସୁନା ବିସ୍କୁଟ ଧରିଥିଲା, ଯାହାର ଓଜନ ପ୍ରାୟ ୧୯.୯୩ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ପ୍ରାୟ ୧୦.୧୮ କୋଟି ଟଙ୍କା ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gold_bar_1674124220.jpg)