Advertisment

ଫାଟିଲା ସିଲିଣ୍ଡର, ଜଳିଗଲେ ୩ ପିଲାଙ୍କ ସମେତ ୬

ଦୁଇ ମହଲା ବିଲ୍ଡିଂ ଛାତ ଭୁଶୁଡ଼ିବା ପରେ ଗ୍ୟାସ୍‌ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା।

Cylinder Blast

Cylinder Blast

Advertisment

ହଠାତ୍‌ ଭୁଶୁଡିଲା ଛାତ। ଏହାପରେ ଫାଟିଲା ସିଲିଣ୍ଡର। ଏଥିରେ ଗୋଟିଏ ପରିବାରର ୬ ଜଣ ଜଳି ଯାଇଛନ୍ତି। ରାଜଧାନୀ ଦିଲ୍ଲୀର ନରେଲାରେ ଘଟିଛି ଏଭଳି କିଛି ଘଟଣା। ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚଦା ମୁତାବକ, ଦିଲ୍ଲୀ ନରେଲା ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଲ୍ଡିଂ ଛାତ୍ର ଭୁଶୁଡିବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ମଧ୍ୟରେ ୪୦ ବର୍ଷୀୟ ରାଜୁ, ୩୫ ବର୍ଷୀୟ ରାଜୁଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ତିନି ଛୋଟ ଝିଅ ଅଛନ୍ତି।

ପଡୋଶୀଙ୍କ କହିବା ମୁତାବକ, ଯେଉଁ ସମୟରେ ଛାତ ଭୁଶୁଡିଲା ସେତେବେଳେ ପରିବାର ଜଣେ ସଦସ୍ୟ ରୋଷେଇ କରୁଥିଲା। ଏହି କାରଣରୁ ସିଲିଣ୍ଡର ବିସ୍ଫୋରଣ ହେବା ପରେ ସେମାନେ ଜଳି ଯାଇଥିବା କୁହାଯାଉଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment
Gas Cylinder Blast Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe