Advertisment

ଦିଲ୍ଲୀ ଏମସିଡି ଭବନରେ ପୁଣି ଆପ-ବିଜେପି ପିଟାମରା

ଦିଲ୍ଲୀର ନବ ନିର୍ବାଚିତ ମେୟର ଶେଲି ଓବରୟଙ୍କୁ ଆକ୍ରମଣ କରିବାକୁ ବିଜେପି ଉଦ୍ୟମ କରିଥିବା ଆପ ଅଭିଯୋଗ କରିଛି ।

ଅଦ୍ୟତନ ହୋଇଛି
AAP, BJP councillors

AAP, BJP councillors

Advertisment

ଶୁକ୍ରବାର ଦିଲ୍ଲୀ ପୌର ଭବନରେ ପୁଣି ଥରେ ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଦିଲ୍ଲୀର ନବ ନିର୍ବାଚିତ ମେୟର ଶେଲି ଓବରୟଙ୍କୁ ଆକ୍ରମଣ କରିବାକୁ ବିଜେପି ଉଦ୍ୟମ କରିଥିବା ଆପ ଅଭିଯୋଗ କରିଛି । ଆପ ଏବଂ ବିଜେପି ନେତାଙ୍କ ମଧ୍ୟରେ ମୁହାଁମୁହଁ ହେବା ପରେ ଦିଲ୍ଲୀର ପୌର ଭବନରେ ଜଣେ କାଉନସିଲର ପଡ଼ିଯାଇଥିଲେ । ପରସ୍ପର ମଧ୍ୟରେ ବିଧା, ଗୋଇଠା, ମୁଥ ମରାମରି ହୋଇଥିଲେ । ମେୟର ଶେଲି ଓବରୟ ଏମସିଡିର ଷ୍ଟାଣ୍ଡିଂ କମିଟିର ୬ଜଣ ସଦସ୍ୟଙ୍କ ମଧ୍ୟରୁ ଜଣକ ଭୋଟକୁ ଅବୈଧ ଘୋଷଣା କରିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ମତଦାନ ଦେଇଥିଲେ । କଂଗ୍ରେସର ୮ଜଣ କାଉନସିଲର ଭୋଟ୍ ଦେଇନାହାନ୍ତି ।

Advertisment

କିନ୍ତୁ ଯେତେବେଳେ ଭୋଟ୍ ଗଣତି ଆରମ୍ଭ ହେଲା, ମେୟର ଗୋଟିଏ ଭୋଟକୁ ନାକଚ କରିଦେଇଥିଲେ। ଯାହାକୁ ବିରୋଧ କରିଥିଲା ବିଜେପି । ସେପଟେ ଏମସିଡିରେ ଅଶୋଭନୀୟ ଆଚରଣ ପାଇଁ ଉଭୟ ବିଜେପି ଓ ଆପ୍ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଲଗାଇଛନ୍ତି । ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି ଯେ ବିଜେପି କାଉନସିଲରମାନେ ମେୟରଙ୍କ ଉପରକୁ ଆକ୍ରମଣ କରିଛନ୍ତି ।

ଆପ୍‌ ବିଧାୟକ ସୌରଭ ଭରଦ୍ୱାଜ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦିଲ୍ଲୀ ପୁଲିସର ତିନି ଜଣ ମହିଳା ଅଧିକାରୀ ମେୟର ଶେଲି ଓବରୟଙ୍କ ନିକଟରେ ଠିଆ ହୋଇଥିବା ଦେଖିବା ମିଳିଛି। ଭିଡିଓରେ ଭରଦ୍ୱାଜ ଓବରୟଙ୍କୁ ବଞ୍ଚାଇବା ପାଇଁ ତିନି ଜଣ ମହିଳା ପୁଲିସ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe