Advertisment

ଚିକିତ୍ସା ପାଇଁ ଆସି ଡାକ୍ତରଙ୍କୁ ଗୁଳି କରିଦେଲେ

ଡାକ୍ତରଙ୍କୁ ତାଙ୍କ କ୍ୟାବିନ ଭିତରେ ହିଁ ଦୁଇ ଜଣ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି।

Doctor Shot Dead

Doctor Shot Dead

Advertisment

ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସିଥିଲେ। ଆଘାତ ଲାଗିଛି ବୋଲି କହିଲେ। ତା'ପରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କଲେ। ଦିଲ୍ଲୀର ଜୟତପୁର ଅଞ୍ଚଳରେ ଏଭଳି କିଛି ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ଦିଲ୍ଲୀ ଜୟତପୁରର ନୀମା ହସ୍ପିଟାଲ। ଏଠାରେ ଜାବେଦ ନାମକ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଡାକ୍ତରଖାନା କର୍ମଚାରୀଙ୍କ କହିବା ମୁତାବକ, ଦୁଇ ଜଣ ଯୁବକ ଡାକ୍ତରଖାନାକୁ ଆସିଥିଲେ। ଆଘତ ଲାଗିଛି ବୋଲି କହିଥିଲେ। ପ୍ରଥମେ ସେମାନଙ୍କର ଡ୍ରେସିଂ କରାଯାଇଥିଲା। ଏହା ପରେ ସେ କହିଥିଲେ ଯେ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ। ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଗୁଳିମାଧ କରିଥିଲେ। ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସେପଟେ ସିସିଟିଭି ଫୁଟେଜ ଆଧାରରେ ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଖୋଜୁଛି। ତେବେ ଡାକ୍ତରଙ୍କ ସହ ଦୁଇ ଯୁବକଙ୍କ କ'ଣ ଶତ୍ରୁତା ଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Advertisment
Doctor Shot Dead Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe