Advertisment

ଭୟଙ୍କର ହେଉଛି ନିମୋନିଆ, ସତର୍କ କରାଇଲେ ଡାକ୍ତର

ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ଲମ୍ବା ଲାଇନ୍‌ ଲାଗିଛି।

ଅଦ୍ୟତନ ହୋଇଛି
mystery pneumonia

mystery pneumonia

Advertisment

ଦ୍ରୁତ ଗତିରେ ବ୍ୟପି ଚାଲିଛି ନିମୋନିଆ। ଭୟଙ୍କର ହେଉଛି ଏହି ଭୂତାଣୁ ଜନିତ ରୋଗ। ଅଧିକାଂଶ ଶିଶୁଙ୍କ ମଧ୍ୟରେ ଥଣ୍ଡା, ଜ୍ୱର ଓ ନିମୋନିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଚୀନ୍‌ରେ ଏହି ଏଚ୍‌୯ଏନ୍୨ର ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଶ୍ୱାସ ସମନ୍ଧୀୟ ଏହି ରୋଗରେ ଅନେକ ଲୋକ ଛଟପଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ଲମ୍ବା ଲାଇନ୍‌ ଲାଗିଛି। ଚୀନ୍‌ରେ ବଢ଼ୁଥିବା ଏହି ଏଚ୍‌୯ଏନ୍‌୨ ରୋଗକୁ ନେଇ ଏବେ ଭାରତର ଡାକ୍ତରମାନେ ସତର୍କ କରାଇଛନ୍ତି।

Advertisment

ଏସ୍‌ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶ ଡାକ୍ତାର ଅଜୟ ଶୁକ୍ଳା ଲୋକଙ୍କୁ ସତର୍କ କରାଇବା ସହ ସଫାସୁତୁରା ପ୍ରତି ଧ୍ୟନ ରଖିବାକୁ କହିଛନ୍ତି। ଯଦି କୌଣସି ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗରେ କୌଣସି ବ୍ୟକ୍ତି ସଂକ୍ରମିତ ଥାନ୍ତି ତେବେ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବାକୁ ମଧ୍ୟ କହିଛନ୍ତି ଡାକ୍ତିର। ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା ଚୀନ୍‌ର ଏହି ଏଚ୍‌୯ଏନ୍୨ ଭୂତାଣୁ ମାମଲା ସାମ୍ନାକୁ ଆସିନାହିଁ। ତେଣୁ ଭାରତ ପ୍ରତି ବିପଦ ନଥିବା କହିଛନ୍ତି ଡାକ୍ତର ଅଜୟ ଶୁକ୍ଳା।

ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ରେ ଦେଖାଦେଇଥିବା ଏହି ଭୂତାଣୁ ଯୋଗୁ ଅଧିକାଂଶ ଛୋଟ ପିଲା ଆକ୍ରାନ୍ତ ହୋଇଛନ୍ତି। ରୋଗର ଲକ୍ଷଣ ଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ଭଳି ଲକ୍ଷଣ ଦେଖାଯାଉଛି। ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

Advertisment

ବିଶେଷ ରୂପେ ଉତ୍ତର ଚୀନ ଅଜଣା ରୋଗରେ ଆକ୍ରାନ୍ତ ହେବାରେ ଲାଗିଛି। ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଫଳରେ ଚୀନ୍‌ବାସୀ ଭୟଭୀତ ହୋଇପଡିଛନ୍ତି। ଏହା କୋଭିଡର ନୂଆ ରୂପ ନା ଚୀନରେ ଆଉ କେଉଁ ନୂଆ ଭାଇରସ ଆତଙ୍କ ଆରମ୍ଭ ହୋଇଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

Delhi Doctor Mystery Ppneumonia China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe