Advertisment

ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା

ଦୀର୍ଘ ୨୦ ମିନିଟ୍‌ ଯାଏ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିବା ପରେ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା।

Bike Accident

Bike Accident

Advertisment

ମୁହାଁମୁହିଁ ଧକ୍କା ହେଲା ଦୁଇ ବାଇକ୍। ଦୁର୍ଘଟଣାରେ ଆଖିବୁଜିଲେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା। ଦେଶର ରାଜଧାନୀ ଦିଲ୍ଲୀର ପଞ୍ଚଶୀଳା ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ପୁଲସ ସୂଚନା ମୁତାବକ, ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ପିୟୁଷ ପାଲ ବୋଲି ଜଣାପଡିଛି। ବାଇକ୍‌ ଦୁର୍ଘଟଣା ପରେ  ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି। ପିୟୁଷ ପାଲ ପେସାରେ ଜଣେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ବୋଲି ଜଣାପଡିଛି। ସେହିପରି ଏହି ଦୁର୍ଘଟଣା ବଣ୍ଟି ନମାକ ଆଉ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏହି ଫୁଟେଜ ଆଧାରରେ ପୁଲିସ ମାମଲାର ଯାଞ୍ଚ କରୁଛି।

ସୂଚନା ଅନୁସାରେ ଶନିବାର ରାତିରେ ପିୟୁଷ ପାଲଙ୍କ ବାଇକ୍‌କୁ ଦ୍ରୁତ ଗତିରେ ଆସି ବଣ୍ଟିଙ୍କ ବାଇକ୍‌ ଧକ୍କା ଦେଇଥିଲା। ଫଲରେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ ପିୟୁଷ ପାଲ। ଦୀର୍ଘ ୨୦ ମିନିଟ୍‌ ଯାଏ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିବା ପରେ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବଣ୍ଟିଙ୍କ ବାଇକ୍ ଆସି ପିୟୁଷଙ୍କ ବାଇକକୁ ଧକ୍କା ଦେଇଥିଲେ ସୁଦ୍ଧା ପୁଲିସ ପିୟୁଷଙ୍କ ନାଁରେ ଏଫଆଇ୍ଆର୍ ରୁଜୁ କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

କେବଳ ସେତିକି ନୁହେଁ ଦୁର୍ଘଟଣା ପରେ ପିୟୁଷଙ୍କ ପାଖରେ ଥିବା ଏକ ଗୋ-ପ୍ରୋ କ୍ୟାମେରା ମଧ୍ୟ ଗାଏବ ଅଛି। ସେ ଏହି କ୍ୟାମେରା ଜରିଆରେ ଡକ୍ୟୁମେଣ୍ଟାରୀ ଫଇଲ୍ମ ସୁଟିଂ କରୁଥିଲେ। ବଲିଉଡ କ୍ରୁ ସଦସ୍ୟଙ୍କ ଜୀବନ ଉପରେ ଡକ୍ୟୁମେଣ୍ଟାରୀ ତିଆରି କରିବା ପିୟୁଷଙ୍କ ସ୍ୱପ୍ନ ଥିଲା। ​​ସେମାନେ କିପରି ମୁମ୍ବାଇରେ ରୁହନ୍ତି ଏବଂ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ ଏକ ଡକ୍ୟୁମେଣ୍ଟାରୀ ତିଆରି କରିବାକୁ ଚାହୁଁଥିଲେ ପିୟୁଷ। ହେଲେ ତାଙ୍କର ଏହି ସ୍ୱପ୍ନ ଏବେ ଅଧାରେ ରହିଯାଇଥିବା ତାଙ୍କ ବନ୍ଧୁ କହିଛନ୍ତି।

Accident Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe