Advertisment

ପୁଣି ବିମାନରେ ବୋମା ଧମକ, ଆଲର୍ଟ ମୁଡ୍‌ରେ ପୁଲିସ୍‌

ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିିଳିଛି।

author-image
Madhupriya Mistry
Flights

Flights

ଥମୁନି ବୋମା ଧମକ। କେତେବେଳେ ସ୍କୁଲ ତ ଆଉ କେତେବେଳେ ହସ୍ପିଟାଲ। ସବୁଠି ବୋମା ବିସ୍ଫୋରଣ କରିବାକୁ ନେଇ ଗତ କିଛି ଦିନ ହେବ ଫେକ୍ ଧମକ ମିଳି ଚାଲିଛି। ସେହିପରି ବିମାନକୁ ମଧ୍ୟ ବୋମା ଲଗାଇ ଉଡାଇଦେବାକୁ ଧମକ ମିଳିଥିଲା। ଏବେ ପୁଣି ଥରେ ଆଉ ଏକ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ଆସିଛି। ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଛି।

Advertisment

ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନରେ ବୋମା ଥିବା ନେଇ ଧମକ ଆସିଛି। ଏକ ଇ-ମେଲ୍‌ ଜରିଆରେ ଏହି ଧମକପୂର୍ଣ୍ଣ ମେଲ୍‌କୁ କେହି ଜଣେ ଦୁର୍ବୃତ୍ତ ପଠାଇଥିବା ସୂଚନା ମିଳିଛି। ଏହାକୁ ନେଇ ବିମାନ ବନ୍ଦରରେ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେପଟେ ପୁଲିସ ଖବର ପାଇ ଯାଞ୍ଚ ଆରମ୍ଭ କରିଛି।

ପୁଲିସ କହିବା ମୁତାବକ, ଜୁନ୍‌ ୧୭ ତାରିଖ ସକାଳ ୯ଟା ୩୫ ମିନିଟ୍‌ରେ ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ ସ୍ଥିତ DIAL(ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ) କାର୍ଯ୍ୟାଳୟକୁ ଏକ ଇ-ମେଲ୍‌ ମିଳିଥିଲା। ଏଥିରେ ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନରେ ବୋମା ରଖାଯାଇଥିବା ନେଇ ଧମକ ଦିଆଯାଇଥିଲା।

Advertisment

ଧମକପୂର୍ଣ୍ଣ ମେଲ ପାଇବା ମାତ୍ରେ ବିମାନବନ୍ଦର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ବିମାନର ଯାଞ୍ଚ କରାଯାଇଥିଲା ମଧ୍ୟ ପୁଲିସକୁ ସେଠାରେ କୌଣସି ବି ସନ୍ଦେହଜନକ ବସ୍ତୁ ମିଳିନଥିବା ସୂଚନା ମିଳିଛି। ତେବେ କିଏ ଏହି ଧମକପୂର୍ଣ୍ଣ ମେଲ ପଠାଇଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Bomb Threat Delhi AirPort