ଯାଞ୍ଚ ପାଇଁ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଟିମ୍ ଉପରେ ଆକ୍ରମଣ। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା। ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ ଇଡି ଟିମ୍ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଏହି ଘଟଣା ଘଟିଛି। ବାସ୍ତବରେ ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା। ଏତିକି ବେଳେ ଅଭିଯୁକ୍ତ ଅଶୋକ ଶର୍ମା ଏବଂ ତାଙ୍କ ପରିବାର ସଦସ୍ୟମାନେ ମିଶି ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ।
Also Read
ଏହି ଆକ୍ରମଣରେ ଇଡିର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ସେପଟେ ସ୍ଥାନୀୟ ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଧରିବା ପାଇଁ ତଲାସି ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ଅନ୍ତରୀକ୍ଷରେ କେମିତି ଗଜା ହୋଇଥିଲା ଝୁଡ଼ଙ୍ଗ ମଞ୍ଜି? ଭିଡିଓ ଜାରି କଲା ଇସ୍ରୋ
ଏହା ପୂର୍ବରୁ ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିରୁ ପତ୍ର ବାହାରିଥିବା ନେଇ ଇସ୍ରୋ ପକ୍ଷରୁ ଫଟୋ ଜରିଆରେ ସୂଚନା ଦିଆଯାଇଥିଲା।
Guest Column
ଆମ୍ବେଦକର, କଲାମ୍, ମନମୋହନ
ଆମ୍ବେଦକର ଓ ଡ଼. ମନମୋହନଙ୍କ ପରି କଲାମ୍ ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ, ଶିକ୍ଷା ହିଁ ମଣିଷର ପ୍ରଗତିର ପ୍ରଥମ ଶକ୍ତି।
National
ଦୁଷ୍କର୍ମ ଅଭିଯୁକ୍ତ ଆଶାରାମଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ
ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ମାର୍ଚ୍ଚ ୩୧ ଯାଏ ଅନ୍ତରୀଣ ଜାମିନ୍ ମିଳିଛି।
National
ପଳାତକଙ୍କ ଉପରେ ଲାଗିବ ଲଗାମ! ଆସିଲା ଭାରତପୋଲ୍
ଏହି ପୋର୍ଟାଲ ଜରିଆରେ ଏବେ ଦେଶ ଛାଡି ବିଦେଶକୁ ପଳାୟନ କରୁଥିବା ଅପରାଧୀଙ୍କୁ ଫେରାଇ ଆଣିବା ସହଜ ହେବ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।