Advertisment

ଏନକାଉଣ୍ଟରରେ ଟଳିଲେ ୩ ଅଭିଯୁକ୍ତ, 'ବର୍ଗର କିଙ୍ଗ'ରେ ଫୁଟାଇଥିଲେ ୪୦ ରାଉଣ୍ଡ ଗୁଳି

ଦିଲ୍ଲୀ ପୁଲିସ୍‌ କ୍ରାଇମ ବ୍ରାଞ୍ଚ ଓ ହରିୟାଣାର ଏସଟିଏଫ ପକ୍ଷରୁ ହୋଇଥିବା ଜଏଣ୍ଟ ଅପରେସନରେ ଏହି ଏନକାଉଣ୍ଟର ହୋଇଥିବା ଜଣାଯାଇଛି।

author-image
Niharika Rout
Arrest

Arrest

ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ ଆଉଟ୍‌ଲେଟ୍‌ରେ ଗତ ଜୁନ୍‌ ମାସରେ ହୋଇଥିବା ଫାୟାରିଂ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଗତକାଲି ଏନକାଉଣ୍ଟରରେ ସଫା ହୋଇଛନ୍ତି। ହରିୟାଣାର ସୋନିପଥର ଖରଖୋଦା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।

Advertisment

ଦିଲ୍ଲୀ ପୁଲିସ୍‌ କ୍ରାଇମ ବ୍ରାଞ୍ଚ ଓ ହରିୟାଣାର ଏସଟିଏଫ ପକ୍ଷରୁ ହୋଇଥିବା ଜଏଣ୍ଟ ଅପରେସନରେ ଏହି ଏନକାଉଣ୍ଟର ହୋଇଥିବା ଜଣାଯାଇଛି। ମୃତକମାନେ ହେଲେ ୨୪ ବର୍ଷୀୟ ଲାଲୁ, ୨୩ ବର୍ଷୀୟ ସନି ଖରାର ଓ ଭିକି ରିଧାନା। ଦିଲ୍ଲୀ ଓ ହରିୟାଣା ପୁଲିସ୍‌ ପକ୍ଷରୁ ସେମାନଙ୍କ ମୁଣ୍ଡ ଉପରେ ଲକ୍ଷେ ଟଙ୍କା ଲେଖାଏଁର ପୁରୁସ୍କାର ରାଶି ଘୋଷଣା କରାଯାଇଥିଲ। ।

ଏହି ସମସ୍ତ ୩ ଜଣ ମୋଷ୍ଟ ୱାଣ୍ଡେଡ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉଙ୍କ ଶୁଟର ଥିଲେ। ଆମେରିକାରେ ଥିବା ହିଂମାଶୁଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିଲେ ବି ସେ ଫେରାର ରହି ନିଜ ଅପରାଧିକ ଦୁନିଆକୁ ସକ୍ରିୟ ରଖିବାରେ ସକ୍ଷମ ହୋଇଛି।

Advertisment

ଗତ ୧୮ ତାରିଖ ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ ଆଉଟ୍‌ଲେଟ୍‌ରେ ଗୁଳିମାଡ଼ ହୋଇଥିଲା। ଷ୍ଟାଣ୍ଡ ଅଲୋନ୍‌ ଫୁଡ୍‌ ଆଉଟ୍‌ଲେଟ୍‌ ସମ୍ମୁଖରେ ଏକ ବାଇକ୍‌ରେ ୩ ଦୁର୍ବୃତ୍ତ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାରଣାସ୍ତ ସହ ଗାଡ଼ିରେ ଥିବା ବେଳେ ଅନ୍ୟ ଦୁଇ ଜଣ ଆଉଟଲେଟ ଭିତରେ ପଶିଥିଲେ।

ସେଠାରେ ସେମାନେ ୨୬ ବର୍ଷୀୟ ଅମନ ଜୁନ୍‌ ନାମକ ଯୁବକଙ୍କ ଉପରେ ୪୦ ରାଉଣ୍ଡ ଗୁଳିମାଡ଼ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ନିଟାଲ  ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାର କିଛି ଦିନ ପରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ଏହି ଫାୟାରିଂ ପାଇଁ ନିଜକୁ ଦାୟୀ କରିଥିଲେ। ନିଜ ସମ୍ପର୍କୀୟଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏହି ଗୁଳିକାଣ୍ଡ କରିଥିବା ସେ ଉଲ୍ଲେଖ କରିଥିଲେ। ହିମାଂଶୁ ଭାଉ ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ର ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ସେ ଦିଲ୍ଲୀ ଓ ହରିୟାଣାରେ ବହୁ ହିଂସାତ୍ମକ ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଛି।  ସେ ଏବେ ଆମେରିକାରେ ଥିବା ବେଳେ ଭାରତର ବିଭିନ୍ନ ସ୍ଥାନରେ ହେଉଥିବା ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ବି ଜାରି କରାଯାଇଛି।  

Encounter Haryana News Burger King Outlet Burger King Shooting