Advertisment

CBI ପରେ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ନେଲା ED

ଇଡି ଆବେଦନ ଉପରେ ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୧୨କୁ ବୃଦ୍ଧି କରିଛନ୍ତି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ବଢିଲା। ଇଡି ଆବେଦନ ଉପରେ ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୧୨କୁ ବୃଦ୍ଧି କରିଛନ୍ତି। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗର ତଦନ୍ତ ପାଇଁ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି। ଏହା ପୂର୍ବରୁ ସିବିଆଇ କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ପେହାଜତକୁ ନେଇଥିଲା। କୋର୍ଟ ଇଡି ଆବେଦନର ଶୁଣାଣି ସହ କେଜ୍ରିୱାଲଙ୍କ ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। 

ପ୍ରକାଶ ଥାଉକି, ଜୁନ୍ ୨୬ରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହି ସମୟରେ କେଜ୍ରିୱାଲ ଅର୍ଥ ହେରଫେର ଅଭିଯୋଗରେ ତିହାର ଜେଲରେ ଥିଲେ। ସେଠାରୁ ସିବିଆଇ ତାଙ୍କୁ ଗିରଫ କରି ନେଇଥିଲା।

Advertisment

ତିନି ଦିନ ରିମାଣ୍ଡରେ ନେଇ ଜେରା କରିବା ପରେ ଜୁନ୍ ୨୮ରେ ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ କେଜ୍ରିୱାଲଙ୍କୁ ହାଜର କରିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତଦନ୍ତରେ ସହଯୋଗ କରିନଥିବା ଦର୍ଶାଇ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ସିବିଆଇ। କୋର୍ଟ ମଧ୍ୟ ସିବିଆଇକୁ ଅନୁମତି ଦେଇଥିଲେ। 

ସେପଟେ ସିବିଆଇର ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିୱାଲ। ଏହି ଆବେଦନ ଉପରେ କୋର୍ଟଙ୍କ ରାୟ ଆସିନାହିଁ। 

Arvind Kejriwal Delhi Liquor Policy Scam Ed CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe