Advertisment

KCRଙ୍କ ଝିଅଙ୍କୁ ପୁଣି ଘାଣ୍ଟିବ ଇଡି, ଘନେଇଲା ବିଜେପି-ବିଆର୍‌ଏସ୍‌ ପୋଷ୍ଟର ୱାର୍

ଦ୍ୱିତୀୟ ରାଉଣ୍ଡ ପଚରାଉଚରା ପୂର୍ବରୁ ବିଆର୍‌ଏସ୍‌ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ପୋଷ୍ଟର ୱାର୍।

ଅଦ୍ୟତନ ହୋଇଛି
K. Kavitha

K. Kavitha

Advertisment

ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଶ୍ନବାଣର ଶିକାର ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ। ଏଥିପାଇଁ ତାଙ୍କୁ ପୂର୍ବରୁ ସମନ କରାଯାଇଛି।

Advertisment

ଏହାପୂର୍ବରୁ ଶନିବାର ଦିନ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଘଣ୍ଟା ଘଣ୍ଟା ଧରି ଜେରା ହେବା ପରେ କବିତା ଇଡି କାର୍ଯ୍ୟାଳୟ ବାହାରି ଚାଲିଯାଇଥିଲେ। କବିତାଙ୍କ ସିଏ ବୁଚି ବାବୁଙ୍କୁ ଇଡି ବୁଧବାର ପଚରାଉଚରା କରିଥିଲା। ତାଙ୍କୁ ୧୦ ଘଣ୍ଟା ଧରି ଘାଣ୍ଟିଥିଲା ଇଡି।

ସେପଟେ କେ.କବିତାଙ୍କୁ ଇଡି ଦ୍ୱିତୀୟ ରାଉଣ୍ଡ ପଚରାଉଚରା କରିବା ପୂର୍ବରୁ ବିଆର୍‌ଏସ୍‌ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ପୋଷ୍ଟର ୱାର୍। ବିଆର୍‌ଏସ୍‌ ଏକ ପୋଷ୍ଟରରେ ବିଜେପିର ଜାତୀୟ ସାଧାରଣ ସଂପାଦକ ବିଏଲ୍‌ ‌ସନ୍ତୋଷଙ୍କ ଫଟୋ ରଖି ‘ୱାଣ୍ଟେଡ୍‌’ ବୋଲି ଲେଖିଛି। ହାଇଦ୍ରାବାଦ୍‌ର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଛି। 

Advertisment

ଅନ୍ୟ କିଛି ସ୍ଥାନରେ ବିଜେପିର ତୁଳନା ଡିଟରଜେଣ୍ଟ ପାଉଡର୍‌ ସହ କରାଯାଇଛି। ଉକ୍ତ ପୋଷ୍ଟରରେ ସେହି ନେତାମାନଙ୍କ ନାଁ ଲେଖାଯାଇଛି ଯେଉଁମାନେ ଅନ୍ୟ ଦଳରୁ ଯାଇ ବିଜେପିରେ ମିଶିଛନ୍ତି। ପୋଷ୍ଟରରେ ଏପରି ପ୍ରାୟ ୮ ଜଣ ନେତାଙ୍କ ନାଁ ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, କେ.କବିତା ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଏକ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଛନ୍ତି। ମଙ୍ଗଳବାର ଦିନ କେ.କବିତା ଇଡି ପଚରାଉଚରାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ତୁରନ୍ତୁ ଶୁଣାଣି କରିବାକୁ ସେ ଆବେଦନ କରିଥିଲେ, ଯାହାକୁ କୋର୍ଟ ମାର୍ଚ୍ଚ ୨୪ରେ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ଏହାପୂର୍ବରୁ କେ.କବିତାଙ୍କୁ ମାର୍ଚ୍ଚ ୧୧ ତାରିଖ ଦିନ ଇଡି ୯ ଘଣ୍ଟା ଧରି ଜେରା କରିଥିଲା। 

K.Kavita Delhi Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe