Advertisment

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ଚାଲିଗଲା ୧୧ ଜୀବନ, ୪ ଗୁରୁତର

ଅଲିପୁର ଦୟାଲ ମାର୍କେଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଗୁରୁତରଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୁଲିସ୍‌ କର୍ମଚାରୀ ବି ଥିବା ଜଣାଯାଇଛି।

author-image
Niharika Rout
Fire

Fire

 ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଲିପୁର ଦୟାଲ ମାର୍କେଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୁଲିସ୍‌ କର୍ମଚାରୀ ବି ଥିବା ଜଣାଯାଇଛି।

Advertisment

ନିଆଁର ପ୍ରକୋପ ଏତେ ଥିଲା ଯେ ୨୨ଟି ଦମକଳ ବାହିନୀ  ଆସିବା ପରେ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ପାରିଛନ୍ତି । ମୃତକମାନେ ଫ୍ୟାକ୍ଟ୍ରିର କର୍ମଚାରୀ ବୋଲି ସୂଚନା ମିଳିଛି।  ଅଗ୍ନିକାଣ୍ଡରେ   କିଛି ଲୋକେ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗୁରୁବାର ସଂଧ୍ୟା ସାଢ଼େ ୫ଟା ବେଳେ ଅଲିପୁର ଅଞ୍ଚଳରେ ଏକ କାରଖାନାରେ ବିସ୍ଫୋରଣ ପରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ କଲ୍‌ ଯାଇଥିଲା।  ପରେ ସେଠାକୁ ଗୋଟିଏ ପରେ ଗୋଟିଏ ଦମକଳ ବାହିନୀକୁ ପଠାଯାଇଥିଲା। ୨୨ଟି ଦମକଳ ବାହିନୀ ଦୀର୍ଘ ସମୟ ଧରି କସରତ କରିବା ପରେ ରାତି ୯ଟା ବେଳକୁ ନିଆଁ ଆୟତ୍ତକୁ ଆସିଥିଲା।

Advertisment

ପୁଲିସ ସୂଚନା ଅନୁଯାୟୀ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଆଖପାଖ ଘରକୁ ବି ଏହି ନିଆଁ ବ୍ୟାପି ଯାଇଥିବା ବେଳେ ସେଠାରେ ଥିବା କିଛି ଲୋକ ଆହତ ହୋଇଥିବା ଜଣାଯାଇଛି। ତେବେ କିଭଳି ସ୍ଥିତିରେ ଘଟିଲା ବିସ୍ଫୋରଣ ସେ ନେଇ ଖୋଳତାଡ଼ ଚାଲିଛି ।

Delhi Fire Accident