Advertisment

ମିଳିଲା ଗ୍ରୀନ୍‌ ସିଗ୍‌ନାଲ, ୧୬ରେ ମେୟର ନିର୍ବଚାନ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦେଇଥିବା ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
Vinai kumar Saxena and Kejriwal

Vinai kumar Saxena and Kejriwal

Advertisment

ହଙ୍ଗାମା, ପ୍ରବଳ ହଟ୍ଟଗୋଳ ଓ ତାରିଖ ପରେ ତାରିଖରେ ପରେ ଆସନ୍ତା ୧୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ଏନେଇ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦେଇଥିବା ପ୍ରସ୍ତାବକୁ ସେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ୧୬ରେ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ କରାଯିବ।

Advertisment

ଏଲଜି ସାକ୍ସେନା କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସୁପାରିଶ ଅନୁଯାୟୀ ଫେବ୍ରୁଆରୀ ୧୬ରେ ମେୟର, ଡେପୁଟି ମେୟର ନିର୍ବାଚନ ପାଇଁ ଡକ୍ଟର ଏସପି ମୁଖାର୍ଜୀ ସିଭିକ ସେଣ୍ଟରରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ବୈଠକ କରିବାର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟ ଏହାପୂର୍ବରୁ ଦିଲ୍ଲୀ ସରକାର ଏବଂ ଏମସିଡି ଫେବ୍ରୁଆରୀ ୧୬କୁ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ତାରିଖ ଭାବରେ ସ୍ଥିର କରିଥିଲେ। ଏହି ପ୍ରସ୍ତାବର ଚୂଡ଼ାନ୍ତ ଅନୁମୋଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା।

ପୂର୍ବରୁ ହଙ୍ଗାମା କାରଣରୁ ଦିଲ୍ଲୀର ମେୟର ନିର୍ବାଚନ ପ୍ରୟାସ ୩ ଥର ବିଫଳ ହୋଇଥିଲା। ଫେବ୍ରୁଆରୀ ୧୩ ଏବଂ ୧୪ ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ କହିଥିଲେ। ତେବେ, ଏମସିଡି କହିଥିଲା ଯେ ଏହାସହ ଜଡିତ ଏକ ମାମଲା ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ଅଛି। ଏହାପରେ ମେୟର ନିର୍ବାଚନ ଟଳି ଥିଲା।

Advertisment

ପରେ କେଜରିଓ୍ୱାଲ ସରକାର ଫେବ୍ରୁଆରୀ ୧୬ରେ ମେୟର ନିର୍ବାଚନ କରିବାକୁ ଏମସିଡି ଯୋଜନାରେ ରାଜି ହୋଇଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ ଏଲଜି, ଏମସିଡିର ପ୍ରିଜାଇଡିଂ ଅଫିସର ତଥା ଅନ୍ୟମାନଙ୍କୁ ମେୟରଙ୍କ ଶୀଘ୍ର ନିର୍ବାଚନ ଆବେଦନ ଉପରେ ସେମାନଙ୍କ ମତାମତ ପଠାଇବାକୁ ଅନୁରୋଧ କରିଥିଲେ।

Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe