Advertisment

ଖୁବ୍‌ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ, ଅଣ୍ଟା ଭିଡ଼ିଲେଣି କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ପିକେ ଗୁପ୍ତାଙ୍କୁ ବସାଇବାକୁ ଅଣ୍ଟା ଭିଡିଲେଣି କେଜ୍ରିୱାଲ ସରକାର ।

Delhi Chief Secretary Naresh Kumar

Delhi Chief Secretary Naresh Kumar

Advertisment

ଖୁବ୍‌ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ । ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ପିକେ ଗୁପ୍ତାଙ୍କୁ ବସାଇବାକୁ ଅଣ୍ଟା ଭିଡିଲେଣି କେଜ୍ରିୱାଲ ସରକାର । ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ ନିକଟକୁ ଆବେଦନ ପଠାଇ କେନ୍ଦ୍ରର ସହମତି ମାଗିଛନ୍ତି।

Advertisment

ପିକେ ଗୁପ୍ତା ୧୯୮୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ। ନରେଶ କୁମାର ୧୯୮୭ ବ୍ୟାଚର ଆଇଏଏସ୍‌ ଅଧିକାରୀ। ସେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ର ଶାସିତ ପ୍ରଦେଶ କ୍ୟାଡରର ଅଧିକାରୀ। ନରେଶ କୁମାର ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବ ଥିଲେ।

ଦିଲ୍ଲୀର ମୁଖ୍ୟ ଶାସନ ସଚିବ ବଦଳିବା ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବା । ଏନେଇ ସେ କହିଛନ୍ତି, ଅଧିକାରୀଙ୍କ ବଦଳି ହେବା ଏକ ସାମାନ୍ୟ କଥା । କିନ୍ତୁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଫାଇଦା ଉଠାଉଛନ୍ତି । ଦିଲ୍ଲୀ ମଦ ଘୋଟାଲା, କେଜ୍ରିୱାଲଙ୍କ ବାସଭବନର ନୂତନକରଣ ପାଇଁ ହେଉଥିବା ଅର୍ଥ ବିନିଯୋଗା ତଦନ୍ତ କରୁଥିବା ଅଧିକାରୀଙ୍କୁ ଟାର୍ଗେଟ କରି ପଦରୁ ହଟାଇ ଦିଆଯାଉଛି। ଏହା ନିନ୍ଦନୀୟ। କେଜ୍ରିୱାଲ ଜଣେ ଜଣେ ଅଧିକାରୀଙ୍କୁ ବଦଳି କରିବାକୁ ତତ୍ପରତା ପ୍ରକାଶ କରୁଥିବାରୁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ପ୍ରତୀୟମାନ ହେଉଛି। କେଜ୍ରିୱାଲଙ୍କ ସରକାରରେ ଘଟିଥିବା ଦୁର୍ନୀତିର ଯାଞ୍ଚ କରୁଥିବା ଅଧିକାରୀଙ୍କୁ ହିଁ ନିଜ ପଦ ହରାଇବାକୁ ପଡ଼ୁଛି।

Advertisment

ସୂଚନାଯୋଗ୍ୟ, କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା କ୍ଷମତା ଯୁଦ୍ଧରେ ରାୟ ଦିଲ୍ଲୀ ସରକାରଙ୍କର ସପକ୍ଷରେ ଆସିଥିଲା। ପ୍ରଶାସନିକ ଅଧିକାରୀଙ୍କ ଉପରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ସଫା ସଫା କହିଥିଲେ ସର୍ବୋଚ୍ଚ ଅଦାଲତ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ ପାଖରେ ଅଫିସରଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ନ ରହିବ ଓ ସେମାନଙ୍କୁ ଉତ୍ତରଦାୟିତ୍ୱ କରା ନଯିବ, ତା’ହେଲେ ଲୋକଙ୍କମାନଙ୍କ ସ୍ୱାର୍ଥ ପ୍ରଭାବିତ ହେବ। ଯଦି ଜଣେ ଅଫିସର ସରକାରଙ୍କୁ ଜବାବ ନ ଦେବେ, ତା’ହେଲେ ସାମୁହିକ ଦାୟିତ୍ୱ ପ୍ରଭାବିତ ହେବ ବୋଲି କହିଥିଲେ ସୁପ୍ରିମ କୋର୍ଟ। ଏଥିରେ ଖୁସି ବ୍ୟକ୍ତ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଏବେ ୧୦ ଗୁଣା ଅଧିକ ସ୍ପିଡରେ ଉନ୍ନତି କରିବ ବୋଲି କହିଥିଲେ ।

Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe