Advertisment

ସୁପ୍ରିମ ରାୟ ପରେ ସେବା ସଚିବଙ୍କୁ ବିଦା କଲେ ଦିଲ୍ଲୀ ସରକାର

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ ମୋରେଙ୍କୁ ପଦରୁ ହଟାଇ ଦେଇଛନ୍ତି।

Delhi Government

Delhi Government

Advertisment

ପ୍ରଶାସନିକ ନିଯୁକ୍ତି ଓ କ୍ଷମତା ଉପରେ ଦିଲ୍ଲୀ ସରକାରଙ୍କ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହି ରାୟ ପରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ ମୋରେଙ୍କୁ ପଦରୁ ହଟାଇ ଦେଇଛନ୍ତି। ତେବେ ତାଙ୍କୁ ଅନ୍ୟ କେଉଁ ବିଭାଗକୁ ବଦଳି କରାଯାଇଛି ନା ସଂପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି, ସେକଥା ଜଣାପଡ଼ନି।

Advertisment

ସୁପ୍ରିମକୋର୍ଟ ରାୟ ଦେବା ପରେ ଦିଲ୍ଲୀ ସରକାର ପ୍ରଥମଥର ପାଇଁ ପ୍ରଶାସନିକ କ୍ଷେତ୍ରରେ ଏପରି ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟ ରାୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ସ୍ୱାଗତ କରିଥିଲେ।

ଏଥିସହ ଲୋକଙ୍କ କାମରେ ବାଧା ସୃଷ୍ଟି କରୁଥିବା ଅଫିସରଙ୍କ ବିରୋଧରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ତାଙ୍କ ଚେତାବନୀ ପରେ ସରକାର ସେବା ସଚିବଙ୍କୁ ହଟାଇଛନ୍ତି।

Advertisment

ଦିଲ୍ଲୀର ସେବା ବିଭାଗ ଉପ ରାଜ୍ୟପାଳଙ୍କ ନିୟନ୍ତ୍ରଣରେ ରହିଥିଲା। ଉପ ରାଜ୍ୟପାଳ ହେଉଛନ୍ତି କେନ୍ଦ୍ରର ପ୍ରତିନିଧି। ୨୦୧୫ରେ ଉପ ରାଜ୍ୟପାଳଙ୍କ ଅଧୀନରେ ସେବା ବିଭାଗ ରହିବ ବୋଲି କେନ୍ଦ୍ର ସରକାର ଗୋଟିଏ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେବେଠାରୁ ଏହାକୁ କ୍ଷମତାସୀନ ଆପ୍‌ ସରକାର ବିରୋଧ କରି ଆସୁଥିଲା।

ଆଜି ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ସବୁ ପ୍ରକାରର ପ୍ରଶାସନିକ ଦାୟିତ୍ୱର ହକଦାର ବୋଲି କହିଥିଲେ। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ଉପ ରାଜ୍ୟପାଳ ବାଧ୍ୟ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Delhi Supreme Court AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe