Advertisment

ଫୋନ ବନ୍ଦ! IAS ଅଫିସରଙ୍କୁ ନୋଟିସ କଲେ ଆପ୍‌ ସରକାର

ଦିଲ୍ଲୀ ସରକାର ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟରେ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସେ ବେଖାତିର କରିଛନ୍ତି। ତେଣୁ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇବାକୁ ନୋଟିସରେ କୁହାଯାଇଛି।

 IAS Officer

IAS Officer

Advertisment

ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ପଦରୁ ଗତ ସପ୍ତାହରେ ବିଦା ହୋଇଥିବା ଆଇଏଏସ ଅଫିସର ଆଶିଷ ମୋରେଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟରୁ ପ୍ରଶାସନିକ କ୍ଷମତା ପାଇଥିବା ଦିଲ୍ଲୀର ଆପ୍‌ ସରକାର ଆଜି ଆଶିଷ ମୋରେଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି।

Advertisment

ଦିଲ୍ଲୀ ସରକାର ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟରେ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସେ ବେଖାତିର କରିଛନ୍ତି। ତେଣୁ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇବାକୁ ନୋଟିସରେ କୁହାଯାଇଛି।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିକୁ ନେଇ ଆପ ଏବଂ କେନ୍ଦ୍ର ସରକାର ମଧ୍ୟରେ ଦୀର୍ଘବର୍ଷ ହେଲାଣି ତିକ୍ତତା ଲାଗି ରହିଥିଲା। ତେବେ ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାର ହିଁ ପ୍ରଶାସନିକ କ୍ଷମତାର ହକଦାର ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଆପ୍‌ ସରକାର ଆଶିଷ ମୋରେଙ୍କୁ ସେବା ସଚିବ ପଦରୁ ବିଦା କରିଥିଲେ।

Advertisment

ସେବା ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ “ଗୁରୁବାର ଆଶିଷ ମୋରେଙ୍କୁ ପଦ ଛାଡ଼ିବାକୁ କୁହାଯାଇଥିଲା। ତାଙ୍କ ସ୍ଥାନରେ ଆଉ ଜଣେ କାମ କରିବେ। ତେବେ ସେ ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ସଚିବାଳୟ ଛାଡ଼ି ଦେଇଥିଲେ। ତାଙ୍କ ଫୋନ ବନ୍ଦ ହୋଇଯାଇଛି। ତାଙ୍କର କୌଣସି ପତ୍ତା ମିଳୁନି।”

ପ୍ରଥମେ ଗୋଟିଏ ନୋଟିସ ମୋରେଙ୍କ ଘରକୁ ପଠାଯାଇଥିଲା। ହେଲେ ଏହାକୁ କେହି ଗ୍ରହଣ କରି ନଥିଲେ। ଏହାପରେ ଇ-ମେଲ ଓ ହ୍ୱାଟସଆପ୍‌ରେ ମଧ୍ୟ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି। ହେଲେ ସେ କୌଣସି ଉତ୍ତର ଦେଉ ନାହାନ୍ତି।

Delhi Ias Officer AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe