Advertisment

ଅଡ୍‌-ଇଭେନ୍‌ ଲାଗୁ ହେବ ନା ନାହିଁ? ସୁପ୍ରିମକୋର୍ଟରେ ଶୁଣାଣି ପରେ ନିଷ୍ପତ୍ତି

ପୂର୍ବରୁ ମଧ୍ୟ ଅଡ-ଇଭେନ ସିଷ୍ଟମ ଲାଗୁ ହୋଇସାରିଛି। ସେତେବେଳେ ଏହା କେତେ ସଫଳ ହୋଇଥିଲା ବୋଲି ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

Pollution in Delhi

Pollution in Delhi

Advertisment

ଦିଲ୍ଲୀକୁ ଢ଼ାଙ୍କି ରହିଛି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି କେଜ୍ରିଓ୍ୱାଲ ସରକାର ଏଠି ଅଡ୍-ଇଭେନ୍‌ ଲାଗୁ କରିବାକୁ ଘୋଷଣା କରିଥିଲେ। ତେବେ ଏହା ଏବେ ରାଜଧାନୀରେ ଲାଗୁ ହେବ ନା ନାହିଁ, ଶୁକ୍ରବାର ଦିନ ସୁପ୍ରିକୋର୍ଟରେ ଶୁଣାଣି ପରେ ନିଷ୍ପତ୍ତି ନିଆଯିବ। ଏହି ଶୁଣାଣିରେ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ଅଡ୍‌-ଇଭେନ୍‌ ଉପରେ ଦେଇଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

Advertisment

କେଜ୍ରିୱାଲ ସରକାର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଆପ୍ ଆଧାରିତ ଦିଲ୍ଲୀ ବାହାରେ ରେଜିଷ୍ଟ୍ରେସନ ହୋଇଥିବା ଗାଡି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କେଜ୍ରିୱାଲ ସରକାର କହିଛନ୍ତି ଯେ ଅଡ୍‌-ଇଭେନ୍‌କୁ ନେଇ ଦୁଇଟି ଅଧ୍ୟୟନ ରିପୋର୍ଟ ଅଛି, ଯାହାକୁ ସରକାର ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ। ଅରେଞ୍ଜ ରଙ୍ଗର ଷ୍ଟିକର ଥିବା ବିଏସ ୩ ଏବଂ ବିଏସ ୪ ଡିଜେଲ ଗାଡିକୁ ନେଇ କୋର୍ଟ ତଥ୍ୟ ମାଗିଥିଲେ।

ଆସନ୍ତା ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅଡ୍‌-ଇଭେନ୍‌କୁ ନେଇ ଶୁଣାଣି କରିବେ। ଏହାପରେ ଆସନ୍ତା ୧୩ ତାରିଖରୁ ଦିଲ୍ଲୀରେ ଅଡ୍‌-ଇଭେନ୍ ଲାଗୁ ହେବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଦୀପାବଳି ପରେ ୧୩ ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ-ଇଭେନ୍‌ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଥିଲେ।

Advertisment

ସୂଚନା ଯୋଗ୍ୟ, କେଜ୍ରିଓ୍ୱାଲ ସରକାରଙ୍କ ଅଡ୍‌-ଇଭେନ୍‌ ଲାଗୁ କରିବା ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ପୂର୍ବରୁ ମଧ୍ୟ ଅଡ-ଇଭେନ ସିଷ୍ଟମ ଲାଗୁ ହୋଇସାରିଛି। ସେତେବେଳେ ଏହା କେତେ ସଫଳ ହୋଇଥିଲା ବୋଲି ଦିଲ୍ଲୀ ସରକାରଙ୍କୁ ଜଷ୍ଟିସ ସଞ୍ଜୟ କିଶାନ କୌଲ ପ୍ରଶ୍ନ କରିଥିଲେ। ୨୦୨୨ର ଯାନବାହାନ ଉପରେ କଲର୍‌ କୋଡ୍‌ ନିର୍ଦ୍ଦେଶ ଏପର୍ଯ୍ୟନ୍ତ ରାଜ୍ୟରେ ଲାଗୁ କରାଯାଇ ନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ କୋର୍ଟ ଜବାବ ମାଗିଛନ୍ତି। ଆସନ୍ତା ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Delhi Supreme Court Delhi Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe