Advertisment

ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲା: କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ଖଣ୍ଡପୀଠ ଆବେଦନର ଶୁଣାଣି ୨୦୨୫ ମସିହା ଜାନୁଆରୀ ୧୩ରେ ହେବ ବୋଲି କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲାରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ। ରାହୁଲ ଗାନ୍ଧିଙ୍କ ଭାରତୀୟ ନାଗରିକତାର ସ୍ଥିତାବସ୍ଥା ଉପରେ ସ୍ପଷ୍ଟୀକରଣ ଦେବାକୁ ବିଜେପି ନେତା ସୁବ୍ରମଣିୟନ ସ୍ୱାମୀ ଗୋଟିଏ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି।

Advertisment

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଭୁ ବାଖ୍ରୁ ଓ ଜଷ୍ଟିସ ତୁଷାର ରାଓ ଗେଲେଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ମାମଲା ସମ୍ପର୍କରେ ତଥ୍ୟ ହାସଲ କରିବାକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆମେ କୌଣସି ନିର୍ଦ୍ଦେଶ ପାରିତ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଓକିଲଙ୍କ ଠାରୁ ମାମଲା ସମ୍ପର୍କରେ ତଥ୍ୟ ଚାହୁଁଛୁ।”

ପ୍ରାରମ୍ଭିକ ପର୍ଯ୍ୟାୟରେ କୋର୍ଟ ନୋଟିସ କରିବାକୁ ଇଚ୍ଛା ପ୍ରକାଶ କରି ନଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରକ୍ସି ଓକିଲ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ପୂର୍ବରୁ ମାମଲାରେ କେନ୍ଦ୍ରର ପକ୍ଷ ରଖୁଥିବା ଓକିଲ ଏବେ ବରିଷ୍ଠ ଓକିଲର ମାନ୍ୟତା ପାଇସାରିଛନ୍ତି। ତେଣୁ ଆଉ ଜଣେ ଓକିଲଙ୍କର ନିଯୁକ୍ତି ଆବଶ୍ୟକ ରହିଛି।

Advertisment

ଏହା ଶୁଣିବା ପରେ ଖଣ୍ଡପୀଠ ଆବେଦନର ଶୁଣାଣି ୨୦୨୫ ମସିହା ଜାନୁଆରୀ ୧୩ରେ ହେବ ବୋଲି କହିଛନ୍ତି। ସ୍ୱାମୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟ ସାଭାରୱାଲ ଏପରି ଆବେଦନ କରିଛନ୍ତି। ତାଙ୍କ କହିବା କଥା ଯେ ରାହୁଲ ଗାନ୍ଧି ଭାରତର ନାଗରିକ ହେବା ସହ ତାଙ୍କ ପାଖରେ ବ୍ରିଟେନର ନାଗରିକତା ମଧ୍ୟ ରହିଛି। ହେଲେ ଏହାକୁ ସେ ସାର୍ବଜନୀନ କରିନାହାନ୍ତି। 

Rahul Gandhi Congress Delhi High Court