Advertisment

ରାଜଧାନୀରେ ରେଡ୍‌ ଆଲର୍ଟ, ବାହାରକୁ ନ ବାହାରିବା ପାଇଁ ପରାମର୍ଶ

ଅସହ୍ୟ ଗରମ ଯୋଗୁ ସନ୍‌ ଷ୍ଟ୍ରୋକ୍‌ ସମ୍ଭାବନା ରହିଛ। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ଏବେ ରାଜଧାନୀରେ ରେଡ୍‌ ଆଲର୍ଟ ଜାରି କରିଛି।

author-image
Madhupriya Mistry
Heat Wave

Heat Wave

ଅସହ୍ୟ ଗୁଳୁଗୁଳି ଓ ଗରମ। ଦିନକୁ ଦିନ ବଢ଼ି ଚାଲିଛି ପାରଦ। ୪୦ ଡିଗ୍ରୀ ତଳକୁ ଖସିବା ନା ଧରୁ ନାହିଁ। ଦିନରେ ଯାହା ରାତିରେ ବି ସମାନ ସ୍ଥିତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଆଉଟୁ ପାଉଟୁ ରଜଧାନୀ ଦିଲ୍ଲୀବାସୀ। ଅସହ୍ୟ ଗରମ ଯୋଗୁ ସନ୍‌ ଷ୍ଟ୍ରୋକ୍‌ ସମ୍ଭାବନା ରହିଛ। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ଏବେ ରାଜଧାନୀରେ ରେଡ୍‌ ଆଲର୍ଟ ଜାରି କରିଛି।

Advertisment

ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା। କନ୍ତୁ ପରିସ୍ଥିତି ଖରାପ ହୋଇଥିବା ଯୋଗୁ ଏବେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ମଧ୍ୟାହ୍ଣ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଜରୁରୀ ନଥାଏ ତେବେ ବାହାରକୁ ନ ଆସି ଘରେ ରହିବାକୁ କୁହାଯାଇଛି। ଏଥିସହ ସନ୍‌ ଷ୍ଟ୍ରୋକ୍‌ରୁ ବଞ୍ଚିବା ପାଇଁ ଲଗାତର ପାଣି ପିଇବାକୁ କୁହାଯାଇଛି।

ଆସନ୍ତା ବୁଧବାର ପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କୁ ଗରମରୁ ତ୍ରାହି ମିଳିବ ନାହିଁ। ଏହାପରେ ପ୍ରି-ମନ୍‌ସୁନ୍‌ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦିଲ୍ଲୀ ରବିବାର ୪୪.୯ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଥିଲା। ଆଜି ବି ଦିଲ୍ଲୀରେ ଆକାଶ ପରିଷ୍କାର ରହିବା ସହ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଗରମ ଓ ରାତିରେ ମଧ୍ୟ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment
Delhi Heat Wave