/odisha-reporter/media/post_attachments/uploadimage/library/16_9/16_9_0/IMAGE_1716272696.jpg)
delhi-heatwave
ଜଳୁଛି ରାଜଧାନୀ। ରେକର୍ଡ ଭେଙ୍ଗିଛି ପାରଦ। ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀବାସୀ। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଡେଇଁଛି। ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ମିଳିବନି ତ୍ରାହି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏଥିସହ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ସେପଟେ ପ୍ରବଳ ଉତ୍ତାପ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତର ଚାହିଦା ମେ' ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସରକାର ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକୁରେ କ୍ଲାସ ହେଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି। ସାମ୍ପ୍ରତିକ ସମୟରେ ଦିଲ୍ଲୀରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇଛି। ରବିବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ରେକର୍ଡ ଥିଲା।
ପାଣିପାଗର ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେହିପରି ଭତ୍ତର ମଧ୍ୟ ପ୍ରଦେଶ ଓ ଗୁଜରାଟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ସମ୍ଭାବନା ରହିଛି।
ସୋମବାର ଦିଲ୍ଲୀ ଦେଶର ସବୁଠାରୁ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ଏଠାକାର ନଜଫଗଡରେ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ପଶ୍ଚମ ଦିଲ୍ଲୀ ଅଞ୍ଚଳରେ ତାପମାତ୍ରା ୪୭.୮ ଡିଗ୍ରୀ ଥିଲା।
ଦିଲ୍ଲୀ ନ୍ୟାସନାଲ ଜିଓଲଜିକାଲ ପାର୍କରେ ପଶୁପକ୍ଷୀଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ଓ୍ୱାଟର୍ କୁଲର୍, ବରଫ ଗୋଲା ସମେତ ଫ୍ୟାନ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଦିଲ୍ଲୀର ଅନେକ ସ୍ଥାନରେ ଆକାଶ ସଫା ରହିବା ସହ ଗରମ ପବନ ବହିବା ସମ୍ଭାବନା ଥିବା ଆଇଏମ୍ଡି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
