Advertisment

ମନି ଲଣ୍ଡରିଂ ମାମଲା: ଏନ୍‌ଏସ୍‌ଇ ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ମିଳିଲା ଜାମିନ

ଚିତ୍ରା ରାମକୃଷ୍ଣ ଏପ୍ରିଲ ୨୦୧୩ରୁ ଡିସେମ୍ବର ୨୦୧୬ ଯାଏଁ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଥିଲେ।

author-image
Madhupriya Mistry
Chitra ramkrishna

Chitra ramkrishna

ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍‌ଏସ୍‌ଇ କର୍ମଚାରୀଙ୍କ ଫୋନ୍‌ ଟ୍ୟାପିଂ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

Advertisment

ଚିତ୍ରା ରାମକୃଷ୍ଣ ଏପ୍ରିଲ ୨୦୧୩ରୁ ଡିସେମ୍ବର ୨୦୧୬ ଯାଏଁ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଥିଲେ। ନିଜ କାର୍ଯ୍ୟକାଳ ସମୟ ସେ ହିମାଳୟନ ଯୋଗୀଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଚଳାଇବା ଏବଂ ସମ୍ବେଦନଶୀଳ ସୂଚନା ବାଣ୍ଟିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିବିଆଇ ଯାଞ୍ଚ କରୁଥିବାବେଳେ ଚିତ୍ରା, ଆନନ୍ଦ ସୁବ୍ରମଣ୍ୟମ ଏବଂ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ଆନନ୍ଦ ସୁବ୍ରମଣ୍ୟମଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ଯେ ସେ ଏନଏସଏ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ। ଏହା ସହିତ ସେ କର୍ମଚାରୀଙ୍କ ଫୋନକୁ ଟ୍ୟାପ୍ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ପୂର୍ବରୁ ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜାମିନ ମଞ୍ଜୁର ନ ଦେବା ବେଳେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି କହିଥିଲେ, ‘ଆଇସେକ୍‌’ ନାମରେ ଗୋଟାଏ ସାଇବର୍‌ ସିକ୍ୟୁରିଟି କମ୍ପାନି ବେଆଇନ ଭାବେ ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ କରି ୪.୫୪ କୋଟି ଟଙ୍କା ଉପାର୍ଜନ କରିଛି। ସମ୍ଭାବ୍ୟ ସାଇବର ଆକ୍ରମଣର ସାମୟିକ ଅଧ୍ୟୟନ କରିବା ଆଳରେ ଏହି କମ୍ପାନି ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କୁ ଫୋନ୍‌ କଲ୍‌ ସବୁ ଟ୍ୟାପିଙ୍ଗ୍‌ କରୁଥିଲା। ବେଆଇନ କାର୍ଯ୍ୟକଳାପ ଦ୍ୱାରା ‘ଆଇସେକ୍‌’କୁ ଅର୍ଥପ୍ରାପ୍ତ କରାଇବାକୁ ଅନୁମତି ଦିଆଯିବା କାରଣରୁ ‘ଏନ୍‌ଏସ୍‌ଇ’ର ଆର୍ଥିକ କ୍ଷତି ହୋଇଛି ବୋଲି ବିଚାରପତି କହିଥିଲେ।

Advertisment

‘ଏନ୍‌ଏସ୍‌ଇ’ କର୍ମଚାରୀ ଓ ‘ଆଇସେକ୍‌’ ମଧ୍ୟରେ ରାଜିନାମା ହେବା ବେଳେ ‘ଆଇସେକ୍‌’ର ପ୍ରତିନିଧିତ୍ୱ କରିଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ସଞ୍ଜୟ ପାଣ୍ଡେ। କର୍ମଚାରୀମାନେ କ’ଣ କଥାବାର୍ତ୍ତା ହେଉଛନ୍ତି କି, ଏକ୍ସଚେଞ୍ଜ୍‌ ସମ୍ବନ୍ଧୀୟ ସୂଚନା ଲିକ୍‌ କରୁଛନ୍ତି, ଜାଣିବା ପାଇଁ ‘ଏନ୍‌ଏସ୍‌ଇ’ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଓ ରବି ନାରାୟଣ ଚାହୁଁଥିଲେ ବୋଲି ସିବିଆଇ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୨୨ରେ ସିବିଆଇ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଥିଲା। ଅଦାଲତ ଆଗୁଆ ଜାମିନ ଦେବାକୁ ମନା କରିଦେବାରୁ ତାଙ୍କୁ ହାଜତକୁ ନିଆଯାଇଥିଲା।

Delhi Money Laundering High Court