Advertisment

ରାଘବ ଚଡ୍ଡାଙ୍କୁ ଆଶ୍ୱସ୍ତି, ଖାଲି କରିବେନି ସରକାରୀ ବଙ୍ଗଳା

ରାଜ୍ୟସଭା ସଚିବାଳୟ ରାଘବ ଚଡ୍ଡାକୁ ପ୍ରଥମେ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ।

author-image
Madhupriya Mistry
Raghav Chadha

Raghav Chadha

ଆମ୍‌ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି। ସେ ଆଉ ଖାଲି କରିବେନି ତାଙ୍କ ଟାଇପ୍‌-୭ ସରକାରୀ ବାସଭବନ। ତଳ କୋର୍ଟ ଦେଇଥିବା ରାଜ୍ୟସଭା ସଚିବାଳୟଙ୍କ ତଦନ୍ତ ଉପରେ ମଧ୍ୟବର୍ତ୍ତିକାଳୀନ ରୋକ ହଟାଇବା ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଅନୁପ ଜେ. ଭବାନୀ ଏହି ମାମଲାର ଶୁଣାଣି କରୁଛନ୍ତି।

Advertisment

ରାଜ୍ୟସଭା ସଚିବାଳୟ ରାଘବ ଚଡ୍ଡାକୁ ପ୍ରଥମେ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ। ଏହାକୁ ନେଇ ସେ ତଳ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ତଳ କୋର୍ଟ ରାଜ୍ୟସଭା ସଚିବାଳୟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଏହାପରେ ରାଘବ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ତଳ କୋର୍ଟଙ୍କ ରୋକ୍‌କୁ ପ୍ରତ୍ୟାହାର କରିନେଇଛନ୍ତି।

ଗତ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ସାମ୍ନାକୁ ଆସିଛି। ଶୁଣାଣି ବେଳେ ହାଇକୋର୍ଟ ଯେଉଁ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଶୁଣାଇ ନାହିଁ ସେ ଯାଏଁ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ଜଷ୍ଟିସ ଅନୁପ ଜୟରାମ କହିଥିଲେ।

Advertisment

ଗତ ବର୍ଷ ଜୁଲାଇ ୬ ତାରିଖରେ ରାଘବ ଚଡ୍ଡାଙ୍କୁ ପଣ୍ଡାରା ପାର୍କରେ 'ଟାଇପ୍‌-୬' ବଙ୍ଗଳା ଆବଣ୍ଟିତ ହୋଇଥିଲା। କିନ୍ତୁ ସେ ଅଗଷ୍ଟ ୨୯ ତାରିଖରେ ଟାଇପ-୭ ବଙ୍ଗଳା ଆବଣ୍ଟନ କରିବାକୁ ସେ ରାଜ୍ୟସଭା ସଭାପତିଙ୍କୁ ଅନୁରୋଧ କରିଥିଲେ। ଏହାପରେ ଚଡ୍ଡାଙ୍କୁ ପଣ୍ଡାରା ରୋଡ୍‌ରେ ଏକ ନୂଆ ବଙ୍ଗଳା ଆବଣ୍ଟିତ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚରେ ଏହି ଆବଣ୍ଟନକୁ ରଦ୍ଦ କରି ଦିଆଯାଇଥିଲ।

ଏପ୍ରିଲ ୨୦୨୨ରେ ରାଜ୍ୟସଭା ସଦସ୍ୟଙ୍କ ପାଇଁ ଜାରି ହ୍ୟାଣ୍ଡବୁକ୍ ଅନୁସାରେ ପ୍ରଥମ ଥର ସାଂସଦ ହୋଇଥିବା ରାଘବ ଚଡ୍ଡାକୁ ସାଧାରଣ ରୂପେ ଟାଇପ-୫ ବଙ୍ଗଳା ଆବଣ୍ଟିତ ହେବା କଥା।

Delhi High Court Raghav Chadha