Advertisment

କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ମିଳିଲାନି ଗିରଫଦାରୀରୁ ସୁରକ୍ଷା

ପଚରାଉଚରା ବେଳେ ଇଡି ଯେପିରି ତାଙ୍କୁ ଗିରଫ ନ କରେ, ସେଥିପାଇଁ ଆଗୁଆ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ୱାଲ ଆବେଦନ କରିଥିଲେ।

author-image
Madhupriya Mistry
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟ୍‌କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ମିଳିଲାନି ଆଗୁଆ ସୁରକ୍ଷା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ୯ମ ଥର ପାଇଁ ସମନ ଜାରି କରି ଆଜି ଡକାଇଥିଲା। ତେବେ ହାଜର ନହୋଇ ଆଗୁଆ ପଚରାଉଚରା ବେଳେ ଇଡି ଯେପରି ତାଙ୍କୁ ଗିରଫ ନକରେ ତାହା ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ୱାଲ ଆବେଦନ କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ଇଡିର ସମନକୁ ବେଆଇନ କହି ଆଜି କେଜ୍ରିଓ୍ୱାଲ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ଯାଞ୍ଚରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। କିନ୍ତୁ ପଚରାଉଚରା ବେଳେ ତାଙ୍କୁ ଗିରଫ ନ କରିବା ପାଇଁ ଇଡିକୁ ରୋକିବାକୁ ସେ କହିଥିଲେ। ଏଥିସହ ଇଡିର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ ଲଗାଇବା ପାଇଁ ସେ ଆବେଦନ କରିଥିଲେ।

ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ପାଇଁ ମନା କରି ଦେଇଛନ୍ତି। ଏଥିସହ ଇଡିର ସମନର ପ୍ରତି ଉତ୍ତରରେ ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ ସମନ ମାମଲାରେ କେଜ୍ରିଓ୍ୱାଲଙ୍କ ବିରୋଧରେ ଥିବା ପ୍ରମାଣକୁ ଇଡିକୁ ହାଇକୋର୍ଟ ମାଗିଥିଲେ। ଇଡି ଅଧିକାରୀମାନେ କେଜ୍ରିଓ୍ୱାଲଙ୍କ ବିରୋଧରେ ଥିବା ପ୍ରମାଣ ମଧ୍ୟ କୋର୍ଟକୁ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୨ ତାରିଖରେ ହେବ।

Advertisment

ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏବେ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିସାରିଲାଣି। ଏ ମାମଲାରେ ପଚରାଉଚରା ପାଇଁ ଆଜି ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ ପୂର୍ବରୁ ଇଡି ସମନ ଜାରି କରିଥିଲା। ଏହି ମାମଲାରେ ପୂର୍ବରୁ ଇଡି ମନୀଷ ସିସୋଦିଆ, ସଞ୍ଜୟ ସିଂହ, ବିଜୟ ନାୟରଙ୍କୁ ଗିରଫ କରିସାରିଛି।

Arvind Kejriwal Delhi High Court ED Summon