Advertisment

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଶାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ। ଶୁଣାଣିରେ ସାମୟିକ ରୋକ୍ ଲଗାଇବା ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା।

author-image
Debadatta Aryashrestha
Arvind Kejriwal (File Photo)

Arvind Kejriwal (File Photo)

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଏକ ବଡ଼ ଝଟକା। କେଜ୍ରିୱାଲଙ୍କ ବିରୋଧରେ ଚାଲିଥିବା ଅବକାରୀ ନୀତି ସହ ଜଡ଼ିତ ଆର୍ଥିକ ଅନିୟମିତତା ମାମଲାର ଶୁଶାଣି ସ୍ଥଗିତ ରଖିବା ପାଇଁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଶୁଣାଣିରେ ସାମୟିକ ରୋକ୍ ଲଗାଇବା ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା। ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି।

Advertisment

ଏହା ବ୍ୟତୀତ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟ୍ ଗ୍ରହଣ କରିବା ପାଇଁ ଟ୍ରାଏଲ କୋର୍ଟର ନିର୍ଦ୍ଦେଶକୁ ଅରବିନ୍ଦ କେଜ୍ରିୱାଲଙ୍କ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ଇଡିଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୨୦ ତାରିଖ ଧାର୍ଯ୍ୟ କରିଛନ୍ତି। ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ଦାଖଲ ପାଇଁ ଇଡି ପକ୍ଷରୁ ସଲିଟର ଜେନେରାଲ ତୁଷାର ମେହେଟ୍ଟା ହାଇକୋର୍ଟଙ୍କୁ ସମୟ ମାଗିଛନ୍ତି।

ପ୍ରକାଶ ଥାଉ, ଦିଲ୍ଲୀ ସରକାର ୧୭ ନଭେମ୍ବର ୨୦୨୧ରେ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ୨୦୨୨ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହାକୁ ରଦ୍ଦ କରିଦେଇଥିଲେ। ଏହାପରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଏହି ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ ପାଇଁ ସିବିଆଇକୁ ସୁପାରିଶ କରିବା ପରେ କେଜ୍ରିୱାଲଙ୍କ ବିରୋଧରେ ଏହି ମନି ଲଣ୍ଡରିଂ ମାମଲା ପଞ୍ଜୀକୃତ ହୋଇଥିଲା। 

Advertisment
Arvind Kejriwal Money Laundering Delhi High Court Delhi Excise Policy Scam