Advertisment

ଦିଲ୍ଲୀ ହାଇକୋର୍ଟରୁ ମହୁଆଙ୍କୁ ଝଟକା

ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା।

Mahua Moitra

Mahua Moitra

Advertisment

ଲାଞ୍ଚ ନେଇ ପ୍ରଶ୍ନ କରିବା ମାମଲାରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସରକାରୀ ବଙ୍ଗଳା ଖାଲି କରିବା ନେଇ ତାଙ୍କୁ ଯେଉଁ ନୋଟିସ୍ ପଠାଯାଇଛି, ତାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ତେବେ ଉକ୍ତ ନୋଟିସ୍‌ ଉପରେ ରୋକ୍ ଳଗାଇବାକୁ ଆଜି ହାଇକୋର୍ଟ ମନା କରି ଦେଇଛନ୍ତି। ସରକାରୀ ବଙ୍ଗଳାରେ ରହିବା ପାଇଁ ମହୁଆଙ୍କର ଆଉ କୌଣସି ଅଧିକାର ନାହିଁ କହି କୋର୍ଟ ଆଜି ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

Advertisment

ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଡିଓଇ (Directorate of Estates)ଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ମହୁଆ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସରକାରୀ ବଙ୍ଗଳାରେ ରହିବା ପାଇଁ ଅନୁମତି ଦେବାକୁ ଡିଇଓ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବାକୁ କୋର୍ଟ ଜାନୁଆରୀ ୪ ତାରିଖରେ ମହୁଆଙ୍କୁ କହିଥିଲେ।

ଜାନୁଆରୀ ୭ ତାରିଖ ସୁଦ୍ଧା ମହୁଆ ସରକାରୀ ବଙ୍ଗଳା ନଛାଡ଼ିବାରୁ ୧୧ ତାରିଖରେ ଦ୍ୱିତୀୟ ନୋଟିସ୍ ପଠାଇଥିଲା ଡିଇଓ। ଅନ୍ୟପକ୍ଷରେ ତାଙ୍କୁ ସରକାରୀ ବଙ୍ଗଳାରେ ରହିବା ପାଇଁ ଅନୁମତି ଦେବାକୁ ଯୁକ୍ତି ଦର୍ଶାଇ ମହୁଆ ଡିଇଓକୁ ଏକ ଚିଠି ଲେଖିଥିଲେ। କିନ୍ତୁ ମହୁଆ ସରକାରୀ ବଙ୍ଗଳାରେ ରହିବା ପାଇଁ ଯେଉଁ ଯୁକ୍ତି ବାଢ଼ିଥିଲେ, ତାକୁ ଡିଇଓ ଗ୍ରହଣ କରି ନଥିଲେ। ଏହା ପରେ ଗତ ମଙ୍ଗଳବାର ମହୁଆଙ୍କ ନିକଟକୁ ଡିଇଓ ଆଉ ଏକ ନୋଟିସ୍ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କହିଥିଲେ।

Advertisment
Mahua Moitra Expelled Mahua Moitra Bungalow Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe