Advertisment

IAS କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା; ତଦନ୍ତ କରିବ CBI

ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ।

Coaching Centre

Coaching Centre

Advertisment

ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ। ଆଜି ଦିଲ୍ଲୀ ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

Advertisment

କୋଚିଂ ସେଣ୍ଟରରେ 3 ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଯେପରି ସର୍ବସାଧାରଣଙ୍କର କୌଣସି ସନ୍ଦେହ ନ ରହିବ, ସେଥିପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି।  

ଏଥିସହ ସିବିଆଇ ତଦାରଖ ପାଇଁ ଜଣେ ଅଧିକାରୀଙ୍କୁ ମନୋନୀତ କରିବାକୁ ହାଇକୋର୍ଟ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (CVC)କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ କିଛି ସମସ୍ୟା ରହିଛି, ଏହାର ବିସ୍ତୃତ ସମୀକ୍ଷାର ଆବଶ୍ୟକତା ରହିଛି ବୋଲି ଅଦାଲତ କହିଛନ୍ତି।

Advertisment

ଏହି ଶୁଣାଣି ସମୟରେ ଦିଲ୍ଲୀ ପୁଲିସ ଏବଂ ମ୍ୟୁନିସିପାଲ କର୍ପୋରେସନର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅଦାଲଚତ। କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ପଶିଯିବାକୁ ନେଇ ଦିଲ୍ଲୀ ପୁଲିସ ଜଣେ ଏସୟୁଭି ଡ୍ରାଇଭରଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଦିଲ୍ଲୀ ପୁଲିସକୁ କଡା ଭର୍ସନା କରିଛନ୍ତି ହାଇକୋର୍ଟ।

ଯଦି ଡ୍ରାଇଭରଙ୍କୁ ଗିରଫ କଲ, ତେବେ ଡ୍ରେନ ପାଣି ବିରୁଦ୍ଧରେ ଚାଲାଣ କାଟିଲନି ବୋଲି ତାଚ୍ଛଲ୍ୟ କରି କହିଛନ୍ତି କୋର୍ଟ। କୋର୍ଟ ଆହୁରି କହିଛନ୍ତି ଯେ, ପୁଲିସ ଯେଉଁମାନେ ଦୋଷୀ ସେମାନଙ୍କୁ ଛାଡି ଅନ୍ୟମାନଙ୍କୁ ଅଯଥାରେ ନ୍ୟାୟିକ ପ୍ରକ୍ରିୟାକୁ ଟାଣୁଛି। ସେହିପରି ବନ୍ୟା ଜଳ କାହିଁକି ନିଷ୍କାସନ ହୋଇ ପାରୁନାହିଁ ବୋଲି ଦିଲ୍ଲୀ ମ୍ୟୁନିସିପାଲକୁ ମଧ୍ୟ ପ୍ରଶ୍ନ କରିଛନ୍ତି କୋର୍ଟ।

କୋର୍ଟ କହିଛନ୍ତି, ଆମେ ନିର୍ଦ୍ଦେଶ ଜାରି କରୁଛୁ କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ। ଆପଣଙ୍କ ବିଭାଗରେ ଆଇନ ପ୍ରତି କୌଣସି ସମ୍ମାନ ନାହିଁ।ଆପଣ ଆଇନଠାରୁ ଊର୍ଦ୍ଧ୍ୱରେ ନୁହଁନ୍ତି। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଧିକାରୀଙ୍କ ବିରୋଧରେ କି କି ପଦକ୍ଷେପ ନିଆଯାଇଛି ବୋଲି ମ୍ୟୁନିସିପାଲ କର୍ପୋରେସନଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ। 

Coaching Centre Deaths Delhi Civic Body Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe