Advertisment

କିପରି ଲାଗିଥିଲା ଦିଲ୍ଲୀ ବେବି କେୟାର ସେଣ୍ଟରରେ ନିଆଁ? କାରଣ କହିଲେ ଅଗ୍ନିଶମ ବାହିନୀ ମୁଖ୍ୟ

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାରରେ ଥିବା ଏକ ବେବି କେୟାର ସେଣ୍ଟରରେ ନିଆଁ ଲାଗି ୭ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Baby Care Centre

Baby Care Centre

ଦିଲ୍ଲୀର ବିବେକ ବିହାର ବେବି କେୟାର ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ୭ ଶିଶୁ ଜୀବନ୍ତ ଦଗ୍ଧ ହୋଇଯିବା ନିଶ୍ଚିତ ରୂପେ ଏକ ଦୁଃଖର ବିଷୟ। ତେବେ କେଉଁ କାରଣରୁ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲା ତାର କାରଣ ଖୋଜା ଚାଲିଛି।

Advertisment

ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଉଛି ଯେ, ବିଦ୍ୟୁତ୍ ଖୁଣ୍ଟିରୁ ନିଆଁ ବ୍ୟାପି ହସ୍ପିଟାଲକୁ ବ୍ୟାପି ଥାଇପାରେ। ଦିଲ୍ଲୀର ଅଗ୍ନିଶମ ବାହିନୀ ମୁଖ୍ୟ କହିଛନ୍ତି ଯେ, "ଆମକୁ ଲାଗୁଛି ଯେ ବେବି କେୟାର୍ ସେଣ୍ଟର ବାହାରେ ଥିବା ବିଦ୍ୟୁତ୍ ଖୁଣ୍ଟିରୁ ନିଆଁ ବ୍ୟାପିଛି।"

ପ୍ରଥମେ ବିଦ୍ୟୁତ୍ ଖୁଣ୍ଟିରେ ନିଆଁ ଲାଗି ନିକଟରେ ଥିବା କାରରେ ପଡିବା ପରେ କେୟାର୍ ସେଣ୍ଟରକୁ ବ୍ୟାପିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଛି।ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଦିଲ୍ଲୀ ଅଗ୍ନିଶମ ବାହିନୀ ମୁଖ୍ୟ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ଏହି ବେବି କେୟାର ସେଣ୍ଟର ତିନି ମହଲା ବିଶିଷ୍ଟ। ପ୍ରଥମ ମହଲାରେ ପିଲାମାନେ ଏବଂ ଦ୍ୱିତୀୟ ମହଲାରେ ଷ୍ଟୋର୍ ଥିଲା। ବିଦ୍ୟୁତ୍ ଖୁଣ୍ଟିରୁ ନିଆଁ ବ୍ୟାପି ପ୍ରଥମେ ପ୍ରଥମ ମହଲାରେ ଲାଗିବା ପରେ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା। 

ପ୍ରକାଶ ଥାଉକି, ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାରରେ ଥିବା ଏକ ବେବି କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୭ ଜଣ ନବଜାତ ଶିଶୁଙ୍କ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏଥିସହ ଏକାଧିକ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ୩-୪ ଘଣ୍ଟା ସମୟ ଲାଗି ଯାଇଥିଲା। 

Delhi Fire Baby Care Centre Fire Vivek Vihar