Advertisment

ଜି-୨୦କୁ ୨୬/୧୧ ଭୟ: ମୁକାବିଲା ପାଇଁ ହୋଟେଲଗୁଡ଼ିକରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ଭୟ ଜି-୨୦କୁ ଘାରିଛି। ଯଦି ଜି-୨୦ ସମ୍ମିଳନୀ ବେଳେ ଆତଙ୍କବାଦୀ ହମଲା ହୁଏ, ତା’ହେଲେ ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

G-20

G-20

Advertisment

ଦିନକ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରମୁଖ ସମ୍ମିଳନୀରେ ସାମିଲ ହେବେ। ବିଦେଶ ରାଷ୍ଟ୍ରର ମୁଖ୍ୟମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ତେବେ ୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ଭୟ ଜି-୨୦କୁ ଘାରିଛି। ଯଦି ଜି-୨୦ ସମ୍ମିଳନୀ ବେଳେ ଆତଙ୍କବାଦୀ ହମଲା ହୁଏ, ତା’ହେଲେ ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆତଙ୍କବାଦୀଙ୍କ ମୁକାବିଲା କରିବା ବେଳେ ଯେମିତି ଗୁଳିଗୋଳା ଓ ଅନ୍ୟାନ୍ୟ ଜିନିଷର ଅଭାବ ନପଡ଼ିବ, ସେଥିପାଇଁ ହୋଟେଲ ଗୁଡ଼ିକରେ ଷ୍ଟୋର ହାଉସ ବା ଗୁଳିଗୋଳା ସଂରକ୍ଷିତ ରଖିବା ପାଇଁ ପ୍ରକୋଷ୍ଠ ତିଆରି କରାଯାଇଛି। ଏଠାରୁ କମାଣ୍ଡୋମାନଙ୍କୁ ଅପରେସନ ବେଳେ ଆବଶ୍ୟକ ଗୁଳିଗୋଳା ଓ ଅନ୍ୟାନ୍ୟ ଜିନିଷ ବେଶ ଭଲ ଭାବେ ସପ୍ଲାଏ କରାଯାଇ ପାରିବ।

ଗୁଳିଗୋଳା ବ୍ୟତୀତ ଏହି ସବୁ ଷ୍ଟୋର ହାଉସଗୁଡ଼ିକରେ ଲୋଡେଡ ମାଗାଜିନ, ମେଡିକାଲ ଜିନିଷପତ୍ର, ଧୂଆଁ ସୃଷ୍ଟିକାରୀ ଗ୍ରେନେଡ, ୱେୟାରଲେସ ସେଟ୍‌ ଚାରଜର୍ସ ଓ ସୁରକ୍ଷାକର୍ମୀଙ୍କ ପାଇଁ ବ୍ୟାକପ ଅସ୍ତ୍ରଶସ୍ତ୍ର ସଂରକ୍ଷିତ କରି ରଖାଯାଇଛି।

Advertisment

୨୬/୧୧ ଆତଙ୍କୀ ହମଲା ବେଳେ ଚାଲିଥିବା ଅପରେସନ ସମୟରେ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଜି-୨୦ ବେଳେ ଯେମିତି ପୁରୁଣା ତ୍ରୁଟି ନ ଦେଖାଯିବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, “୨୦୦୮ ମୁମ୍ବାଇ ହମଲା ପରେ ଭେଟରାନମାନେ ଦେଇଥିବା ପ୍ରସ୍ତାବକୁ ଆଧାର କରି ଜି-୨୦ର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି। ହଠାତ୍‌ ହମଲାର ମୁକାବିଲାକୁ ଦୃଷ୍ଟିରେ ରଖି ସବୁ ପଦକ୍ଷେପ ନିଆଯାଇଛି।”

କିଛି ମାସ ତଳେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ବେଳେ ସୁରକ୍ଷା ବ୍ୟବସ୍ଥା କେମିତି ରହିବ,ସେନେଇ ବୈଠକ ବସିଥିଲା। ଏହି ସମୟରେ ଗୁଳିଗୋଳା ପାଇଁ ହୋଟେଲଗୁଡ଼ିକରେ ଷ୍ଟୋର ହାଉସ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା।

ଷ୍ଟୋର ହାଉସ ବ୍ୟତୀତ ସୁରକ୍ଷା ଏଜେନ୍ସି ସମସ୍ତ ହୋଟେଲର ଛାତ ଉପରେ ଆଣ୍ଟି ଡ୍ରୋନ ମେସିନ ଲଗାଯାଇଛି। ବିନା ଅନୁମତିରେ କୌଣସି ଡ୍ରୋନ ଜି-୨୦ ଶିଖର ସମ୍ମିଳନୀ ଅଞ୍ଚଳରେ ଉଡ଼ିଲେ, ସେଗୁଡ଼ିକୁ ମେସିନ ଖସାଇ ଦେବେ। ପ୍ରଗତି ମୈଦାନକୁ ନୋ-ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। 

Delhi G20 Meet G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe