Advertisment

ଦିଲ୍ଲୀରେ ୩ IAS ଆଶାୟୀଙ୍କ ମୃତ୍ୟୁ ଘଟଣା; କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକ ଗିରଫ

ଆଜି ଦିଲ୍ଲୀ ପୁଲିସ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ଗିରଫ କରିଛି।

Coaching Centre owner

Coaching Centre owner

Advertisment

ଦିଲ୍ଲୀ IAS କୋଚିଂ ସେଣ୍ଟର ୩ ଜଣ ଆଶାୟୀଙ୍କ ମୃତ୍ୟୁକୁ ନେଇ ମାଲିକ ଓ ସଂଯୋଜକଙ୍କୁ ଗିରଫ କରିଛି ପୁଲିସ। ଆଜି ଦିଲ୍ଲୀ ପୁଲିସ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ଗିରଫ କରିଛି। 

Advertisment

ଗତଲାକି ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ବନ୍ୟା ପାଣି ପଶିଯିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ପୁଲିସ ଏକ ଅପରାଧିକ ମାମଲା ରୁଜୁ କରି କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

ସୂଚନା ଅନୁସାରେ, ପ୍ରତିଦିନ ପରି ଗତକାଲି ସନ୍ଧ୍ୟାରେ ୨୦ ଜଣ ଛାତ୍ରଛାତ୍ରୀ କୋଚିଂ ସେଣ୍ଟରର ବେସମେଣ୍ଟରରେ ଥିବା ଲାଇବ୍ରେରୀରେ ପଢୁଥିଲେ। ଏହି ସମୟରେ ହଠାକ୍ ବନ୍ୟା ଜଳ ବେସମେଣ୍ଟରେ ପଶି ଯିବାରୁ ୩ ଜଣ ବୁଡ଼ି ଯାଇଥିଲେ। ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ବେଳକୁ ସେମାନଙ୍କ ଜୀବନ ଚାଲି ଯାଇଥିଲା।

Advertisment

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଏଥିପାଇଁ ଦିଲ୍ଲୀର ଆପ୍ ସରକାରଙ୍କୁ ଦାୟୀ କରିଛି ବିଜେପି।  

Delhi Flood IAS Aspirants Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe