Advertisment

ଦିଲ୍ଲୀ ହତ୍ୟାକାରୀ ସାହିଲର ଶେଷ ଇନଷ୍ଟା ପୋଷ୍ଟ: ହୁକା ପାର୍ଟି ଓ ମୁସେୱାଲଙ୍କ ଗୀତ

ସବୁଠାରୁ ବିଚଳିତ କରିବା ଭଳି ଘଟଣା ହେଉଛି ଯେ ସାହିଲ ବିଚ୍‌ ରାସ୍ତାରେ ଏପରି କାଣ୍ଡ ଘଟାଉଥିବା ବେଳେ ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେ। କିନ୍ତୁ କେହି ବି ସାକ୍ଷୀଙ୍କ ଜୀବନକୁ ବଞ୍ଚାଇବାକୁ ଆଗକୁ ଆସି ନଥିଲେ।

Delhi

Delhi

Advertisment

ଦିଲ୍ଲୀର ୧୬ ବର୍ଷୀୟ ଝିଅ ସାକ୍ଷୀଙ୍କୁ ଅତ୍ୟନ୍ତ ନିଷ୍ଠୁର ଓ ନିର୍ମମ ଭାବେ ହତ୍ୟା କରିଥିବା ୨୦ ବର୍ଷୀୟ ଯୁବକ ସାହିଲକୁ ପୁଲିସ୍‌ ସୋମବାର ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ଗିରଫ କରିଛି। ଏସି ଓ ଫ୍ରିଜ ମେକାନିକ ଭାବେ କାମ କରୁଥିବା ସାହିଲ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ସାକ୍ଷୀଙ୍କୁ ହତ୍ୟା କରିଥିଲା।

Advertisment

ସେ ସାକ୍ଷୀଙ୍କୁ ୨୦ରୁ ଅଧିକ ଧର ଛୁରୀ ଭୁଷିବା ସହ ତାଙ୍କ ଉପରେ ବାରମ୍ବାର ପଥର ଛେଚିଥିଲା। ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଥିଲା।

ସବୁଠାରୁ ବିଚଳିତ କରିବା ଭଳି ଘଟଣା ହେଉଛି ଯେ ସାହିଲ ବିଚ୍‌ ରାସ୍ତାରେ ଏପରି କାଣ୍ଡ ଘଟାଉଥିବା ବେଳେ ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେ। କିନ୍ତୁ କେହି ବି ସାକ୍ଷୀଙ୍କ ଜୀବନକୁ ବଞ୍ଚାଇବାକୁ ଆଗକୁ ଆସି ନଥିଲେ।

Advertisment

ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍‌ ସାହିଲକୁ ଗିରଫ କରିଛି। ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଶନିବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଅର୍ଥାତ ରବିବାର ସାକ୍ଷୀ ଗୋଟିଏ ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ଅଧା ରାସ୍ତାରେ ସାହିଲ ତାଙ୍କୁ ହତ୍ୟା କରିଛି।

୨୦ ବର୍ଷୀୟ ସାହିଲ ଗୋଟିଏ ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛି। ଏଥିରେ ସେ ନିଜକୁ ସାହିଲ ଖାନ ବୋଲି ଉଲ୍ଲେଖ କରିଛି। ଆକାଉଣ୍ଟର ଡେସକ୍ରିପସନରେ ସେ ଲେଖିଛି ଯେ “ଲଭ ୟୁ ଡାର୍କ ଲାଇଫ, ଦାରୁ ଲଭର, ୟାରୋନି କି ୟାରି...ସବ ପର୍ ଭାରି... ୫ ଜୁଲାଇ... ଲଭ ୟୁ ମମ୍।” ଏହା ଏକ ପବ୍ଲିକ ଆକାଉଣ୍ଟ ଓ ଏଥରେ ସାହିଲ ସବୁବେଳେ ସାଙ୍ଗ ମାନଙ୍କ ସହ ହୁକା ପାର୍ଟି କରୁଥିବାର ଫଟୋ ରହିଛି। ସେହିପରି ସେ ପଞ୍ଜାବୀ ଗୀତକୁ ମଧ୍ୟ ଭଲ ପାଉଥିଲା।

୬ ସପ୍ତାହ ତଳେ ଶେଷଥର ପାଇଁ ସାହିଲ ଗୋଟିଏ ପୋଷ୍ଟ ଇନଷ୍ଟାଗ୍ରାମରେ କରିଥିଲା। ଏଥିରେ ସାହିଲ ତା’ ସାଙ୍ଗମାନଙ୍କ ସହ ହୁକା ଟାଣୁଥିବା ବେଳେ ବ୍ୟାକଗ୍ରାଉଣ୍ଡରେ ଦିବଂଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ସେଲଫ ମେଡ୍‌ ଶୀର୍ଷକ ଗୀତ ବାଜୁଛି। ଅନ୍ୟ ପୋଷ୍ଟଗୁଡ଼ିକ ମଧ୍ୟ ପ୍ରାୟତଃ ଏହି ଧରଣର। ଅଧିକାଂଶ ପୋଷ୍ଟରେ ସାହିଲ ହୁକା ଟାଣୁଥିବା ବେଳେ ପଞ୍ଜାବୀ ଗୀତ ହିଁ ବାଜୁଛି।

ବର୍ଷକ ତଳେ ସାହିଲ ତା’ର ଇନଷ୍ଟା ଷ୍ଟୋରୀରେ ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଥିଲା। ୨୦୨୨ ମେ’ ୨୯ରେ ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର୍‌ର ଲୋକମାନେ ଗୁଳି କରି ହତ୍ୟା କରିଥିଲେ। ସାହିଲ ଦିବଂଗତ ମୁସେୱାଲାଙ୍କ ଫ୍ୟାନ ଥିଲା ବୋଲି ତାଙ୍କ ପୋଷ୍ଟରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି।

Murder Delhi Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe