Advertisment

ଜେଲ୍‌ରେ କେଜ୍ରିୱାଲଙ୍କୁ ମାରିବାକୁ ମସୁଧା ଅଭିଯୋଗ; ୨୪ ଘଣ୍ଟାରେ ରିପୋର୍ଟ ମାଗିଲେ ଉପରାଜ୍ୟପାଳ

ଆପ୍‌ର ଏହି ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା । ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏ ନେଇ ବିସ୍ତୃତ ରିପୋର୍ଟ ଦେବାକୁ ଡିଜି ଜେଲ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Niharika Rout
Delhi CM & LG

Delhi CM & LG

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିକି କେଜ୍ରିୱାଲ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତାଙ୍କୁ ତିହାର ଜେଲ କର୍ତ୍ତୃପକ୍ଷ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛି ଆପ୍‌

Advertisment

ଆପ୍‌ର ଏହି ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା । ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏ ନେଇ ବିସ୍ତୃତ ରିପୋର୍ଟ ଦେବାକୁ ଡିଜି ଜେଲ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ରାଜଭବନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆପ୍‌ ନେତାଙ୍କ ତରଫରୁ ତିହାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ଚାଲିଥିବା ଅଭିଯୋଗ ହେବା ପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ । କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲଇ ସେ କଡ଼ା ଚେତାବନୀ ଦେଇଛନ୍ତି।

Advertisment

ଆପ୍‌ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀଙ୍କ ଅଭିଯୋଗ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ। ସେ ତାଙ୍କ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ ୫୪ ୟୁନିଟର ଇନସୁଲିନ ନିଅନ୍ତି। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଘରର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାତ୍ର ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିବା ପାଇଁ ବିଜେପି ଏହାର ସଂସ୍ଥା ଇଡିକୁ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କୁ ଜେଲ୍‌ରେ ଇନସୁଲିନ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।

ମାତ୍ର ଏପରି ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ତିହାର ଜେଲ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜେଲ୍‌ ପ୍ରଶାସନ ତରଫରୁ କୁହାଯାଇଛି, କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେଜ୍ରିୱାଲଙ୍କୁ ୩ ଥର ତାଙ୍କ ଘରୁ ଆସୁଥିବା ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉଛି। ପ୍ରତିଦିନ ତାଙ୍କ ମେଡିକାଲ ଚେକଅପ୍‌ କରାଯାଉଛି। ଜେଲ୍‌ର ସିନିୟର ଡାକ୍ତରଙ୍କ ଦ୍ୱାରା ତାଙ୍କ ଚେକଅପ୍‌ କରାଯାଉଛି। ତିହାର ଜେଲ୍‌ ପ୍ରଶାସନ ପକ୍ଷରୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ସାର୍ବଜନିନ କରାଯାଉଛି।

ଗତ ୩ ଦିନ ହେଲାଣି ତାଙ୍କୁ କଦଳି ଓ ଆମ୍ବ ଦିଆଯାଇ ନ ଥିବାରୁ ତାଙ୍କ ସୁଗାର ଲେଭଲ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜେଲ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୂରା ଫିଟ୍‌ ଥିବା କହିଛନ୍ତି ଅଧିକାରୀ।

ଅପରପକ୍ଷେ ଇଡି ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି, କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ ଜେଲ ଭିତରରେ ପ୍ରଚୁର ଆମ୍ବ ଓ ମିଠା, ଆଳୁ ପୁରୀ ଆଦି ଖାଦ୍ୟ ଖାଉଛନ୍ତି। ସେ ନିଜର ବ୍ଲଡ ସୁଗାର ସ୍ତରକୁ ବୃଦ୍ଧି କରି ଜାମିନ ହାସଲ କରିବାକୁ ଚାହୁଁଥିବା ଇଡି କହିଛି। ଜଣେ ଟାଇପ୍‌-୨ ଡାଇବେଟିସ ରୋଗୀ ଏପରି ଖାଦ୍ୟ ଖାଇବା ଆମେ କେବେ ଜାଣି ନ ଥିଲୁ ବୋଲି ଇଡି ପକ୍ଷରୁ କୁହାଯାଇଛି।

ED Raid Delhi Arvind Kejriwal AAP