Advertisment

କେଜ୍ରିୱାଲ ସରକାର ଦେଇଥିଲା ନିଯୁକ୍ତି, ୪୦୦ ବିଶେଷଜ୍ଞଙ୍କୁ ଚାକିରିରୁ ବିଦା କଲେ ଦିଲ୍ଲୀ ଉପରାଜ୍ୟପାଳ

ଏହି ଲୋକମାନେ ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ ବିଭିନ୍ନ ବିଭାଗ ଓ କର୍ପୋରେସନ, ବୋର୍ଡ ଓ ପିଏସ୍‌ୟୁରେ ନିଯୁକ୍ତି ପାଇଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Delhi LG, VK Saxena and Arvind kejriwal

Delhi LG, VK Saxena and Arvind kejriwal

୪୦୦ ବିଶେଷ ପଦବୀଧାରୀଙ୍କୁ ଚାକିରିରୁ ବିଦା କଲେ ଦିଲ୍ଲୀ ଉପରାଜ୍ୟବାପଳ ବିକେ ସକ୍‌ସେନା। ଏହି ଲୋକମାନେ ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ ବିଭିନ୍ନ ବିଭାଗ ଓ କର୍ପୋରେସନ, ବୋର୍ଡ ଓ ପିଏସ୍‌ୟୁରେ ନିଯୁକ୍ତି ପାଇଥିଲେ। ଦୀର୍ଘଦିନ ଧରି ଏହି ସରକାରରେ ବଡ଼ବଡ଼ ପଦ ମାଡ଼ି ବସିଥିଲେ। ନିୟମ ଅନୁଯାୟୀ ଏମାନଙ୍କୁ ନିଯୁକ୍ତି କରାଯାଇ ନଥିବାରୁ ଚାକିରିରୁ ବାହାର କରାଯାଉଥିବା ଉପରାଜ୍ୟପାଳଙ୍କ ଅଫିସ୍‌ରୁ ଜାରି ବିବୃତିରୁ ଜଣାପଡ଼ିଛି।

Advertisment

ନିଯୁକ୍ତି ବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ଥିବା ସଂରକ୍ଷଣ ନୀତିକୁ ପାଳନ କରାଯାଇ ନ ଥିଲା। ବେନିୟମରେ ସେମାନଙ୍କୁ ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସିରେ ସହାୟକ, ପରାମର୍ଶଦାତା, ବିଶେଷଜ୍ଞ, ବରିଷ୍ଠ ରିସର୍ଚ ଅଧିକାରୀ, ପରାମର୍ଶଦାତା ପଦରେ ନିଯୁକ୍ତ ଥିଲେ। ଏମାନଙ୍କ ଭିତରୁ ଅନେକ ଲୋକ ଏହି ପଦବୀ ନିମନ୍ତେ ପ୍ରର୍ଯ୍ୟାପ୍ତ ପ୍ରଶିକ୍ଷଣ ତାଲିମ ନେଇ ନ ଥିଲେ କିମ୍ବା ସେମାନଙ୍କ ପାଖରେ ଆବଶ୍ୟକ ଅନୁଭୂତି ନାହିଁ। ଆବଶ୍ୟକ ନିୟମ ପାଳନ ନ କରି ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେଣୁ ସେବା ବିଭାଗ ପକ୍ଷରୁ ୪୦୦ ଲୋକଙ୍କୁ ତତ୍କାଳ ଚାକିରିରୁ ବାହାର କରିଦେବାକୁ ଏଲ୍‌ଜିଙ୍କୁ ଅନୁରୋଧ କରିଥିଲା। ଯାହା ଉପରେ ମୋହର ମାରିଛନ୍ତି ଏଲ୍‌ଜି।

ଏହି ଘଟଣା ପରେ ଦିଲ୍ଲୀ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ମୁ‌ଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏଲ୍‌ଜିଙ୍କ ଭିତରେ ପୁଣି ବିବାଦ ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି।

Advertisment
Delhi Arvind Kejriwal Delhi LG