Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା- ଏକ ଇତିବୃତ୍ତ

ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଥିବା ଏହି ମାମଲା କେବେଠାରୁ ଆରମ୍ଭ ହୋଇଥିଲା ଓ କିଏ କିଏ ଏହି ମାମଲାରେ ଛନ୍ଦି ହୋଇଛନ୍ତି, ସେ ନେଇ ଜାଣି ନିଅନ୍ତୁ ସଂକ୍ଷେପରେ।

Sisodia and Kejriwal

Sisodia and Kejriwal

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ୧୨ ଜଣ ଇଡି ଅଧିକାରୀ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ପ୍ରାୟ ୨ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲେ। ଅନ୍ୟପକ୍ଷରେ ଏହି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଆପ୍। ଆଜି ରାତିରେ ଏହାର ଜରୁରୀ ଶୁଣାଣି କରିବା ପାଇଁ ଆବେଦନ କରିଛି ଆପ୍। ତେବେ ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଥିବା ଏହି ମାମଲା କେବେଠାରୁ ଆରମ୍ଭ ହୋଇଥିଲା ଓ କିଏ କିଏ ଏହି ମାମଲାରେ ଛନ୍ଦି ହୋଇଛନ୍ତି, ସେ ନେଇ ଜାଣି ନିଅନ୍ତୁ ସଂକ୍ଷେପରେ। 

Advertisment
  • ନଭେମ୍ବର ୨୦୨୧: ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଲାଗୁ କଲେ
  • ଜୁଲାଇ ୮, ୨୦୨୨: ନୂଆ ଅବକାରୀ ନୀତିରେ ନିୟମର ଉଲ୍ଲଂଘନ କରାଯାଇଛି ବୋଲି ରିପୋର୍ଟ ଦେଲେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ
  •  ଜୁଲାଇ ୨୨, ୨୦୨୨: ଦିଲ୍ଲୀ ଉପ-ରାଜ୍ୟପାଳ ସିବିଆଇ ତଦନ୍ତ ସୁପାରିସ କଲେ
  • ଅଗଷ୍ଟ ୧୯, ୨୦୨୨: ତତ୍‌କାଳୀନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅନ୍ୟ ତିନି ଜଣଙ୍କ ଘରେ ରେଡ୍ କଲା ସିବିଆଇ
  • ଅଗଷ୍ଟ ୨୨, ୨୦୨୨: ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା
  • ସେପ୍ଟେମ୍ବର, ୨୦୨୨: ଆପ୍‌ର ଯୋଗାଯୋଗ ମୁଖ୍ୟ ବିଜୟ ନାଏରଙ୍କୁ ସିବିଆଇ ଗିରଫ କଲା
  • ମାର୍ଚ୍ଚ, ୨୦୨୩: ତତ୍‌କାଳୀନ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି
  • ଅକ୍ଟୋବର ୨୦୨୩: ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି    
  • ଅକ୍ଟୋବର ୨୦୨୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ସମନ ପଠାଇଲା ଇଡି
  • ମାର୍ଚ୍ଚ ୧୬, ୨୦୨୪: ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କୁ ଗିରଫ କଲା ଇଡି
  • ମାର୍ଚ୍ଚ ୨୧, ୨୦୨୪: ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି। ସେ ୯ ଥର ପାଇଁ ଇଡି ସମନ ପାଇଥିଲେ ସୁଦ୍ଧା ହାଜର ହୋଇନଥିଲେ। ଆଜି ତାଙ୍କୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ। ହାଇକୋର୍ଟଙ୍କ ଏହି ଶୁଣାଣିର କିଛି ଘଣ୍ଟା ପରେ ଇଡି କେଜ୍ରିୱାଲଙ୍କ ବାସ ଭବନରେ ପହଞ୍ଚିଥିଲା ଓ ପଚରାଉଚରା ପରେ ଗିରଫ କରିଥିଲା। 
ED Raid Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe