Advertisment

ଗିରଫଦାରୀ ଓ ଯାଞ୍ଚକୁ ବିରୋଧ, ସୁପ୍ରିମକୋର୍ଟ ଗଲେ ସିସୋଦିଆ

ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ରବିବାର ଗିରଫ କରାଯାଇଥିଲା।

Manish Sisodia

Manish Sisodia

Advertisment

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ସେ ଏହାକୁ ବିରୋଧ କରିଛନ୍ତି। ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ବିରୋଧ କରି ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ସର୍ବୋଚ୍ଚ ଅଦାଲତରେ ସିବିଆଇର ଯାଞ୍ଚକୁ ଚ୍ୟାଲେଞ୍ଜ କରିଛନ୍ତି। ସୂଚନାନୁସାରେ ଅଭିଷେକ ମନୁ ସିଙ୍ଘଭି ମନୀଷ ସିସୋଦିଆଙ୍କ ତରଫରୁ ଓକିଲାତି କରିବେ ଏବଂ ଏ ବାବଦରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିବେ। 

Advertisment

ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ରବିବାର ଗିରଫ କରାଯାଇଥିଲା। ସୋମବାର ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ମନୀଷ ସିସୋଦିଆଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛି। ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ମଦ ନୀତି ଦୁର୍ନୀତି ମାମଲାକୁ ନେଇ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା।

ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ରବିବାର ସିବିଆଇରେ ହାଜର ହୋଇଥିଲେ ମନୀଷ ସିସୋଦିଆ। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅବକାରୀ ନୀତି ମାମଲାରେ ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ। ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା।

Advertisment
CBI Manish Sisodia Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe