Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲା; ଆଜିଠୁ କେଜ୍ରିୱାଲଙ୍କୁ ଘାଣ୍ଟିବ ଇଡି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପଚରାଉଚରା କରିବ ଇଡି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପଚରାଉଚରା କରିବ ଇଡି। ରିମାଣ୍ଡରେ ଥିବା କେଜ୍ରିୱାଲଙ୍କ ଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Advertisment

୬ ଦିନିଆ ଇଡି ରିମାଣ୍ଡରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୮ ଯାଏ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର PMLA କୋର୍ଟ। ଏହି ମାମଲାରେ ୯ ଥର ସମନ ପାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ। ଫଳରେ ଗୁରବାର ରାତିରେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି।

ଇଡି ଲକଅପରେ ରାତି କାଟିବା ପରେ, ଗତକାଲି ତାଙ୍କୁ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଏହି ଦୁର୍ନୀତିର କିଙ୍ଗପିନ୍ ବୋଲି କହିବା ସହ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି । ତେବେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

Advertisment

ଗତକାଲି କୋର୍ଟରେ ହାଜର ବେଳେ କେଜ୍ରିୱାଲ ପ୍ରଥମ ପ୍ରତିକ୍ରିୟା ରଖି କହିଥିଲେ ଯେ, ମୁଁ ଭିତରେ ଥାଏ କି ବାହାରେ ଥାଏ, ମୋ ଜୀବନ ସବୁବେଳେ ଦେଶ ପାଇଁ ସମର୍ପିତ। ଏସବୁ ଭିତରେ ଦେଶବ୍ୟାପୀ ଆପ୍‌ ନେତା ଓ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି। ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଡାକରା ଦେଇଛି ଆମ୍ ଆଦମୀ ପାର୍ଟି ।

Arvind Kejriwal ED Raid Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe