Advertisment

କେଜ୍ରିଓ୍ୱାଲଙ୍କୁ ସମନ ମାମଲା: EDକୁ ୨ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ

ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉତ୍ତରରେ ନିଜର ପ୍ରତି ଉତ୍ତର ଦାଖଲ କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି।

undefined

Arvind Kejriwal

Advertisment

ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ଥର ସମନ କରିଛି। କେବଳ ସେତିକି ନୁହେଁ ଦିଲ୍ଲୀ ଜଳ ବୋର୍ଡ ମାମଲାରେ ଥରେ ସମନ କରାଯାଇଛି। ଏହି ମାମଲାରେ ଏବେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ ଜବାବ ମାଗିଛନ୍ତି।

Advertisment

ପ୍ରକୃତରେ ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ଏହାର ଶୁଣାଣି କରି ଆଜି କୋର୍ଟ ଇଡିକୁ ଦୁଇ ସପ୍ତାହ ମଧ୍ୟରେ ଏନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉତ୍ତରରେ ନିଜର ପ୍ରତି ଉତ୍ତର ଦାଖଲ କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅସନ୍ତା ୨୨ ଏପ୍ରିଲରେ ହେବ।

ଆମ୍‌ ଆଦମୀ ପାର୍ଟିର କହିବା କଥା ହେଲା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଇଡି ଆଇନର ଅନେକ ଧାରାକୁ ହାଇ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଇଡି ଦ୍ୱାରା ଜାରି ୯ଟି ସମନକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ତେବେ ଇଡିର ଜୋରଦାର ବିରୋଧ ସତ୍ତ୍ୱେ କୋର୍ଟ ତାକୁ ଜବାବ ମାଗିଛନ୍ତି।

Advertisment

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ୯ ଥର ସମନ କରି ସାରିଲାଣି। କିନ୍ତୁ ଇଡିର ବାରମ୍ବାର ସମନ ସତ୍ତ୍ୱେ ମଧ୍ୟ କେଜ୍ରିଓ୍ୱାଲ ଥରଟିଏ ବି ହାଜର ହୋଇ ନାହାନ୍ତି। ସେ ଇଡିର ସମନକୁ ବେଆଇନ କହିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ଅଟକାଇବା ପାଇଁ ଇଡିର ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ସେପଟେ ଇଡି ମନିଲଣ୍ଡରିଂ ମାମଲାରେ ସମନ ଜାରି କରି କେଜ୍ରିଓ୍ୱାଲଙ୍କୁ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବାକୁ କହିଛି।

Arvind Kejriwal Money Laundering ED Summon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe