Advertisment

ରାଗିଲେ କେଜ୍ରିଓ୍ୱାଲଙ୍କ ପତ୍ନୀ, କହିଲେ- ବିନାଶ ହେଉ

ସେ କେଜ୍ରିୱାଲଙ୍କ ଗିରଫଦାରୀକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।

author-image
Madhupriya Mistry
Sunita Kejriwal

Sunita Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍‌ ଲଗାଇ ଦେଇଥିବା ବେଳେ ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମଣ୍ଡରେ ନେଇଛି। ସ୍ୱାମୀଙ୍କ ଅଡୁଆ ବଢ଼ୁଥିବ ଦେଖି ଏବେ ରାଗି ଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିଓ୍ୱାଲ। ସେ ସୋଶାଲ ମିଡିଆରେ ଏକ ନୋଟ୍‌ ପୋଷ୍ଟ କରି ବର୍ଷିଛନ୍ତି।

Advertisment

ସେ କେଜ୍ରିୱାଲଙ୍କ ଗିରଫଦାରୀକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ସୁନୀତା କେଜ୍ରିୱାଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟ୍ୱିଟ କରି କହିଛନ୍ତି, 'ପୂର୍ବରୁ ସମସ୍ତଙ୍କୁ ଈଶ୍ୱର ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲୁ। କିନ୍ତୁ ଏବେ ଏକଛତ୍ରବାଦୀ ଶାସକଙ୍କ ବିନାଶ ହେଉ ବୋଲି ପ୍ରାର୍ଥନା କରିବି।'

ଏହାପୂର୍ବରୁ ସୁନୀତା କେଜ୍ରିଓ୍ୱାଲ ଅନ୍ୟ ଏକ ପୋଷ୍ଟରେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଆପତ୍ତି ଜଣାଇଥିଲେ। ସେ ଲେଖିଥିଲେ, 'ଜୁନ୍ ୨୦ରେ ଅରବିନ୍ଦ କେଜ୍ରିୱାଲ ଜାମିନ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଇଡି ରୋକ୍‌ ଲଗାଇ ଥିଲା। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା। ଆଜି ସେ ତାଙ୍କୁ ଗିରଫ କରିଛି। ପୂରା ସିଷ୍ଟମ ଉକ୍ତ ବ୍ୟକ୍ତିଙ୍କୁ ଜେଲ୍‌ରୁ ବାହାରକୁ ନଆସିବାକୁ ଦେବା ପାଇଁ ଚେଷ୍ଟା ଚଳାଇଛିଛି। ଏହା ଆଇନ୍‌ ନୁହେଁ। ଏହା ହେଉଛି ଏକଛତ୍ରବାଦ ଓ ଏମରଜେନ୍ସି।'

Advertisment

କହିରୁଖୁ ମଦ ଦୁର୍ନୀତି ମାମଲାରେ ବୁଧବାର ସିବିଆଇ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା। ଦୀର୍ଘ ସମୟର ଶୁଣାଣି ପରେ କୋର୍ଟ କେଜ୍ରିଓ୍ୱାଲଙ୍କୁ ତିନି ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ଜୁନ୍‌ ୨୯ ଯାଏ ସିବିଆଇ ତାଙ୍କୁ ତିହାର ଜେଲ୍‌ ଭିତରେ ଜେରା କରିବ।

ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ମଦ ନୀତି ଦୁର୍ନୀତି ସହ ଜଡିତ ପ୍ରଶ୍ନରୁ ଏଡାଇ ଆସୁଛନ୍ତି। କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ମୁହାଁମୁହିଁ ବସାଇ ପଚରାଉଚରା କରିବାକୁ ଚାହୁଁଛି ବୋଲି ସିବିଆଇ କୋର୍ଟକୁ କହିଛି। ଏତଦ୍‌ବ୍ୟତୀତ, ତଦନ୍ତ ଚାଲିଛି ଏବଂ ଜୁଲାଇ ସୁଦ୍ଧା ଶେଷ ହେବ ବୋଲି ସିବିଆଇ ଦାବି କରିଛି।

CBI Arvind Kejriwal Delhi Liquor Policy Case Sunita Kejriwal