Advertisment

କେଜ୍ରିଓ୍ୱାଲଙ୍କ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଆସନ୍ତାକାଲି କେଜ୍ରିଓ୍ୱାଲଙ୍କୁ ଗିରଫଦାରୀକୁ ମୁକ୍ତ ମିଳିବ ନା ନାହିଁ ସେ ନେଇ କୋର୍ଟ ନିଷ୍ପତ୍ତି ଶୁଣାଇପାରନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜ ଗିରଫଦାରୀ ଓ ନ୍ୟାୟିକ ହେପାଜତକୁ ବିରୋଧ କରି କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜବାବ ତଲବ କରିଥିଲେ। ମଙ୍ଗଳବାର ଜବାବ ଦାଖଲ କରିଥିଲା। ଆଜି ଏହି ଆବେଦନର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି କେଜ୍ରିଓ୍ୱାଲଙ୍କୁ ଗିରଫଦାରୀକୁ ମୁକ୍ତ ମିଳିବ ନା ନାହିଁ ସେ ନେଇ କୋର୍ଟ ନିଷ୍ପତ୍ତି ଶୁଣାଇବେ।

Advertisment

କୋର୍ଟରେ କେଜ୍ରିଓ୍ୱାଲ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମାନୁ ସିଙ୍ଘଭି ପକ୍ଷ ରଖିଥିଲେ। ପିଏମ୍‌ଏଲ୍‌ଲ ଧାରା ୫୦ ଅନୁଯାୟୀ କେଜ୍ରିଓ୍ୱାଲ ବିରୋଧରେ କୌଣସି ସାମଗ୍ରୀ ନଥିବା ସେ କହିଛନ୍ତି। ଲୋକସଭା ନିର୍ବାଚନରେ କେଜ୍ରିଓ୍ୱାଲଙ୍କୁ ତାଙ୍କ ଦଳର ପ୍ରାର୍ଥୀଙ୍କ ପ୍ରଚାର କରିବାକୁ ରୋକା ଯାଉଛି। ପ୍ରଥମ ଭୋଟିଂ ପୂର୍ବରୁ କେଜ୍ରିଓ୍ୱାଲଙ୍କ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ବିନା କୌଣସି ପ୍ରମାଣରେ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଇଛି। କେଜ୍ରିଓ୍ୱାଲଙ୍କ ବିରୋଧରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। କେବଳ ସରକାରୀ ସାକ୍ଷଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ସିଙ୍ଘଭି କହିଛନ୍ତି।

ସେପଟେ ଇଡି କେଜ୍ରିଓ୍ୱାଲଙ୍କ ଗିରଫଦାରୀକୁ ବିରୋଧ କରି ଦାଖଲ କରାଯାଇଥିବା ପିଟିସନକୁ ବିରୋଧ କରିଛି। ଇଡି ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ଏସ୍‌.ଭି ରାଜୁ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ମାମଲାର ତଦନ୍ତ ଚାଲିଛି। କେଜ୍ରିଓ୍ୱାଲଙ୍କ ବିରୋଧରେ ଯାଞ୍ଚ ସରିନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଧାରରେ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ହୋଇଛି। ମନି ଲଣ୍ଡରିଂ ହୋଇଛି, ଅଭିଯୋଗକୁ କୋର୍ଟ ଗ୍ରହଣ କରିଛନ୍ତି। ଅଭିଯୁକ୍ତମାନେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି। କିନ୍ତୁ କେଜ୍ରିୱାଲ କିଛି ଲୋକଙ୍କ ବିବୃତ୍ତି ଉପରେ ଆଧାର କରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।

Advertisment

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ସ୍ୱତନ୍ତ୍ର ବିଚାରପତି ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ଏହା ପରେ, କେଜ୍ରିୱାଲ ଏପ୍ରିଲ ୧ରେ କୋର୍ଟରେ ହାଜର ହେବା ପରେ ତାଙ୍କୁ ୧୫ ଦିନ ପାଇଁ ଜେଲ ପଠାଇ ଦିଆଯାଇଛି। 

Arvind Kejriwal Delhi High Court Delhi Liquor Policy Case