Advertisment

କେସିଆର୍‌ଙ୍କ ଝିଅ କବିତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି

ଇଡି ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେସିଆର୍‌ଙ୍କ ଝିଅ।

undefined

KKavitha

Advertisment

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଡୁଆ। ଦିଲ୍ଲୀ ମଦ ଦର୍ନୀତି ମାମଲରେ ଫସିଥିବା କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରି ସାରିଛି। ଦ୍ୱିତୀୟ ରାଉଣ୍ଡ ତାଙ୍କୁ ଜେରା କରିବା ପାଇଁ ମଧ୍ୟ ସମନ କରିଛି। କିନ୍ତୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେସିଆର୍‌ଙ୍କ ଝିଅ। ଏବେ ଇଡି ଏହାର ବିରୋଧରେ ସୁପ୍ରିମକୋର୍ଟ ଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋର୍ଟରେ କେବିଏଟ୍ ଆପ୍ଲିକେସନ୍ ଦାୟର କରିଛି। ଶୁଣାଣି ନକରି ନିର୍ଦ୍ଦେଶ ନଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛି ଇଡି। 

Advertisment

ଇଡିର ସମନକୁ ଚ୍ୟାଲେଞ୍ଜ କରି କବିତା ତାଙ୍କ ଆବେଦନରେ ନିୟମର ଦ୍ୱାହି ଦେଇ କହିଛନ୍ତି,  ଜଣେ ମହିଳାଙ୍କୁ ଇଡି କାର‌୍ୟ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇ ପାରିବ ନାହିଁ, ତାଙ୍କୁ ଘରେ ପଚରାଉଚରା କରାଯାଉ ବୋଲି ସେ କହିଛନ୍ତି। ମାର୍ଚ୍ଚ ୨୪ରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ।  

ଦିଲ୍ଲୀ ମଦ ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ କେ.କବିତା ଜଡିତ ଥିବା ଅଭିଯୋଗ ରହିଛି। ସେ ୧୦୦ କୋଟି ଟଙ୍କାର ହେର୍‌ଫେର୍ କରିଥିବା ଇଡି ଅଭିଯୋଗ କରିଛି। ନିକଟରେ ଏହି ମାମଲରେ ଇଡି ପ୍ରାୟ ୯ ଘଣ୍ଟା କବିତାଙ୍କୁ ପଚରାଉଚରା କରିଥିଲା। ପରେ ମାର୍ଚ୍ଚ ୧୬ ତାରିଖରେ ପୁଣି ହାଜର ହେବାକୁ ସମନ କରିଥିଲା। କିନ୍ତୁ କୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ଦର୍ଶାଇ ସେ ହାଜର ହୋଇନଥିଲେ।

Advertisment
K.Kavita Delhi Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe